Dw

ଦେବଦତ୍ତ କର ନେହେରୁ ଯୁବ କେନ୍ଦ୍ର ସଂଗଠନର ସଭ୍ୟ ମନୋନୀତ

State

ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଦେବଦତ୍ତ କରଙ୍କୁ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ସଂସ୍ଥା ନେହେରୁ ଯୁବ କେନ୍ଦ୍ର ସଂଗଠନ (ଏନ.ୱାଇ.କେ.ଏସ୍‌) ଭାରତ ପକ୍ଷରୁ କଟକ ଜିଲ୍ଲା ଶାଖା ଉପଦେଷ୍ଟା କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି । ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂ ଠାକୁର ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଶ୍ରୀ କର ହେଉଛନ୍ତି ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ପଞ୍ଚାୟତର ବାସିନ୍ଦା, ତାଙ୍କୁ ଏଭଳି ପଦବୀ ମିଳିଥିବାରୁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ଙ୍କ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ କଟକ ଜିଲ୍ଲା ବିଜେପି ସଂଗଠନ ଏବଂ ମାହାଙ୍ଗା ବିଧାନସଭା କ୍ଷେତ୍ର ବିଜେପି ସଂଗଠନ ପକ୍ଷରୁ ତାଙ୍କୁ ସ୍ୱାଗତ ଶୁଭେଚ୍ଛା ଜଣାଯାଇଛି ।