Asureswar Atheletic Anukulya Re Crikcet Match 1

ତରୁଣ ସିହ୍ନା ଓ ନଗେନ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା

sports

ନିଶ୍ଚିନ୍ତକୋଇଲି :ଅସୁରେଶ୍ୱର ଆଥିଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ୩୨ଗୋଟି ଗ୍ରାମାଞ୍ଚଳରକ୍ରିକେଟ ଦଳକୁ ନେଇ ତରୁଣ ସିହ୍ନା ଓ ନଗେନ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହାର ଚୂଡ଼ାନ୍ତ ଖେଳରେ ପ୍ରଥମ ଭାଗରେ ପଲେଇ କ୍ରିକେଟ ଦଳ ଗଣେଶପୁର କ୍ରିକେଟ ଦଳକୁ ହରାଇଥିଲା , ୨ୟ ଭାଗରେ ମୁକୁନ୍ଦପୁର କ୍ରିକେଟ ଦଳ ରାଇଚାନ୍ଦ କ୍ରିକେଟ ଦଳକୁ ହରାଇ ଚମ୍ପିୟନ ହୋଇଥିଲା । ଏହାର ପୁରସ୍କାର ବିତରଣ ଉତ୍ସବରେ ଆସୋସିଏସନର ସଭାପତି ଅନନ୍ତଚରଣ ଦାସଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ,ସରପଞ୍ଚ ଗୌତମୀ ଦାସ,ସରପଞ୍ଚ ଚିତ୍ତରଂଜନ ମଲିକ,ସରପଞ୍ଚ ମନୋଜ କୁମାର ମଲିକ,ସରପଞ୍ଚ ମମତାରାଣୀ ମଲିକ ପ୍ରମୁଖ ଯୋଗ ଯୋଗଦାନ କରି ଚମ୍ପିୟନ ଏବଂ ରନର୍ସଅଫ ଟିମକୁ ପୁରସ୍କାର ବିତରଣ କରିଥିଲେ । ଏହି କ୍ରୀଡ଼ାକୁ ପରିଚାଳନା କରିବାରେ ଦିବ୍ୟରଂଜନ ସିଂହ,ତପନ କୁମାର ବାରିକ,କାଦିର ଖାଁ ଙ୍କ ସମେତ ସମସ୍ତ ସଭ୍ୟ ସହଯୋଗ କରିଥିଲେ । ଆସୋସିଏସନର ସମ୍ପାଦକ ବିଜୟ କୁମାର ବଳ ଧନ୍ୟବାଦ ଅର୍ପଣ କରିଥିଲେ ।