Swargata Kalinid Charana Behera Nka Sradhabarsika 1

ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ କାଳିନ୍ଦୀଚରଣ ବେହେରାଙ୍କ ଶ୍ରାଦ୍ଧୋତ୍ସବ ପାଳିତ

State

ନିଶ୍ଚିନ୍ତକୋଇଲି : ନତକାଇ ସ୍ଥିତ ଶ୍ରୀ ଶ୍ରୀ ଶକ୍ତିଶ୍ୱର ପୀଠ ବାଣୀନଗର ପରିସରରେ ପୂର୍ବତନ ମନ୍ତ୍ରୀ,ସାହିତ୍ୟିକ,ଜନନାୟକ ତଥା ଅଧ୍ୟାପକ ସ୍ୱର୍ଗତ କାଳିନ୍ଦୀଚରଣ ବେହେରାଙ୍କ ୯ମ ବାର୍ଷିକ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି । କଟକ ସଦର ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ସଭାପତିତ୍ୱ ଏବ ସ୍ମୃତି କମିଟିର ସମ୍ପାଦକ ରମେଶ ଚନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, କଟକ ସଦର ବିଧାୟକଙ୍କ ପ୍ରତିନିଧି ବିଭୂତିଭୂଷଣ ପରିଡ଼ା,ସ୍ମୃତି କମିଟି ସଭାପତି ସୂର୍ଯ୍ୟସାରଥି ବେହେରା,ଜିଲ୍ଲା ସମ୍ପାଦକ ସମର ବେହେରା,ଆତ୍ମା ସଭାପତି ରଜନୀକାନ୍ତ ସାହୁ,ଇଲାବତୀ ବିଶୋଇ,ଶିବପ୍ରସାଦ ଦାସ,ଜିଲ୍ଳପରିଷଦ ସଭ୍ୟ ବିଳାସ ଭୋଇ,ବ୍ଲକ ବିଜେଡ଼ି ମହିଳା ସଭାପତି ନନ୍ଦିନୀ ନାୟକ,ସରପଞ୍ଚ ସ୍ୱାଧୀନ ଭୂୟାଁ,ଶାରଦାପ୍ରସାଦ ମହାନ୍ତି,ସମିିତିସଭ୍ୟା ସୌଭାଗ୍ୟଲକ୍ଷ୍ମୀ ମଲିକ,ଶରତ ରାୟ,ପ୍ରାକ୍ତନ ଜିଲ୍ଲାପରିଷଦ ସୁରେନ୍ଦ୍ର ବେହେରା,ଶିଶିର କୁମାର ପରିଡ଼ା,ସୁରେଶ କୁମାର ବିଶୋଇ,ସରପଞ୍ଚ ରତ୍ନାକର ରାଉତ,ସମିତିସଭ୍ୟ ବିଶ୍ୱେନ୍ଦୁ ମହାରଣା,ଶରତ ସାମଲ,ଯୁବନେତା ସୁଶାନ୍ତ କୁମାର ନାୟକ,ଯଚିନ୍ଦ୍ରନାଥ ଲେଙ୍କା,ପ୍ରାକ୍ତନ ବ୍ଲକ ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ଲେଙ୍କା,ପ୍ରାକ୍ତନ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ରାଉତ ଙ୍କ ସମେତ ବହୁ କାଳିନ୍ଦୀ ପ୍ରେମୀ ଯୋଗ ଦେଇ କାଳିନ୍ଦୀ ବାବୁଙ୍କ ନୀତି ଆଦର୍ଶ ତଥା ବିକାଶର ଗାଥା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାକ୍ତନ ଜିଲ୍ଳାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ ଧନ୍ୟବାଦ ଦେଇଥିଲେ ।