Onn 3

ବ୍ଲକ୍ ସ୍ତରୀୟ ଜନଜାତି କ୍ରୀଡା ଉତ୍ସବ-୨୦୨୪

sports State

ବାରିପଦା: ବ୍ଲକ୍ ସ୍ତରୀୟ ଜନଜାତି କ୍ରୀଡା ଉତ୍ସବ-୨୦୨୪ ଦୁଇଦିନ ଧରି ଦୌଡ଼କୁଦ ଓ ଫୁଟବଲ୍ ଖେଳ ପ୍ରତିଯୋଗିତା ବାରିପଦା ଓ କପ୍ତିପଦା ଉପଖଣ୍ଡରେ ଥିବା ସମସ୍ତ ୧୪ଗୋଟି ବ୍ଲକରେ ପ୍ରତ୍ୟେକ ପଞ୍ଚାୟତର ପିଲାମାନଙ୍କ ମଧ୍ୟରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ପାଇଁ ପିଲାମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ଜିଲ୍ଲାର ଜନସାଧାରଣଙ୍କ ମଧ୍ୟରେ ବହୁତ୍ ଆଦୃତ ଲାଭ କରିଛି । ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀ ଓ ଖେଳ ପରିଚାଳନା କରୁଥିବା ସମସ୍ତ ଅଫିସିଆଲ୍ ମାନଙ୍କ ପାଇଁ ସକାଳ ଜଳଖିଆ ସହିତ ମଧ୍ୟାହ୍ନ ଭୋଜନର ସୁବନ୍ଦୋବସ୍ତ କରାଯାଇଥିଲା। ସମସ୍ତ ଫୁଟବଲ ଖେଳାଳୀଙ୍କ ପାଇଁ ଜର୍ସି, ଟ୍ରାକସୁଟ୍ ଓ ବ୍ୟାଗ୍ ଯୋଗାଇ ଦିଆଯାଇଥିବା ବେଳେ, କୃତୀ ପ୍ରତିଯୋଗୀଙ୍କ ପାଇଁ ନଗଦ ପୁରସ୍କାର ରାଶି ସହିତ, ମାନପତ୍ର ଓ ଟ୍ରଫି ଦିଆଯାଇଅଛି। ଏହି ପ୍ରତିଯୋଗିତାରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଫୁଟବଲ୍ ଦଳ ଚୟନ କରାଯାଇଛି ଯାହା ଆସନ୍ତା ଫେବୃଆରୀ ମାସରେ ୨୬ଟି ବ୍ଳକ ମଧ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଜନଜାତି କ୍ରୀଡା ଉତ୍ସବକୁ ସମସ୍ତ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନୋଡାଲ ପିଇଟି, କ୍ରୀଡା ଶିକ୍ଷକ ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ସହାୟତାରେ ପରିଚାଳିତ ହୋଇଥିଲା।