Onn 3

ଅତି ପ୍ରବଳ ବର୍ଷା ପାଇଁ ବଲାଙ୍ଗିରରେ ସମସ୍ତ ସ୍କୁଲ ଛୁଟି

State

ବଲାଙ୍ଗିର: ଆଜି ବଲାଙ୍ଗିରରେ ସମସ୍ତ ସ୍କୁଲ ଛୁଟି । ଅତି ପ୍ରବଳ ବର୍ଷା ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସବୁ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି ଛୁଟି ହୋଇଛି । ସମସ୍ତ ସ୍କୁଲ ଛୁଟି ନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଗତ କାଲି ରାତିରୁ ଲାଗି ରହିଛି ପ୍ରବଳ ବର୍ଷା । ଏହି ବର୍ଷାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଜିଲ୍ଲାରେ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ଵିଶେଷ କରି ତେଲ ନଦୀ କୂଳରେ ଥିବା ନଦୀ କୂଳିଆ ଗାଁକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି ଗୁଡାଭେଳା ବ୍ଲକ ପ୍ରଶାସନ । ବଲାଙ୍ଗିର ସହରରେ ସଜାଗ ରହିଛି ପୌର ପରିଷଦ ।