Onn 3

ଆୟ ବର୍ହିର୍ଭୁତ ସମ୍ପତି ଠୂଳ ଅଭିଯୋଗରେ ଜନସ୍ୱାସ୍ଥ୍ୟଖଣ୍ଡ (ଓାଟକୋ)ବିଭାଗ ସହକାରୀ ଯନ୍ତ୍ରୀ ଙ୍କ ଘରେ ଭିଜିଲାନ୍ସ ଚଢାଉ

Crime State

ବାରିପଦା: ବାରିପଦା ଭିଜିଲାନ୍ସ ବିଭାର ର ସ୍ୱତନ୍ତ୍ର ଜଜ୍ ଙ୍କ ନିର୍ଦ୍ଧେଶକ୍ରମେ ଆଜି ଆୟ ବର୍ହିର୍ଭୁତ ସମ୍ପତି ଠୂଳ ଅଭିଯୋଗରେ ଜନସ୍ୱାସ୍ଥ୍ୟଖଣ୍ଡ ବିଭାଗ (ଓାଟକୋ) ର ସହକାରୀ ଯନ୍ତ୍ରୀ ବନେଶ୍ୱର ନାଏକ ଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଅଛି । ଆଜି ଏକ କାଳୀନ ଭାବେ ଶ୍ରୀ ନାଏକ ଙ୍କ ମୟୁରଭଞ ଜିଲାରେ ଥିବା ପାଞ୍ଚଗୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଅଛି । ବାରିପଦା ରଘୁନାଥପୁର ସ୍ଥିତ ୩୩୧୪ ସ୍କ୍ୱାର ଫୁଟ ର ତିନି ମହଲା ବାସଭବନ , ବଡସାହି ସ୍ଥିତ ତାଳଣ୍ଡା ଗ୍ରାମ ଏବଂ ଅନ୍ୟ ଏକ ଚାଉଳିଆଶୋଳ ଗ୍ରାମରେ ଥିବା ୨୪୦୦ ଏବଂ ୨୧୦୦ ସ୍କ୍ୱାର ଫୁଟ ଦୁଇଗୋଟି ଦୁଇ ମହଲା ବାସଭବନ , ମାଣନ୍ତ୍ରୀ ଠାରେ ଥିବା ତାଙ୍କ ସମ୍ପର୍କୀୟ ବାସଭବନ ଏବଂ ତାଙ୍କ ଅଫିସ କାର୍ଯ୍ୟାଳୟ ଠାରେ ଏକ କାଳୀନ ଚଢାଉ କରାଯାଇଅଛି ।

ଚଢାଉ ସମୟରେ ତିନି ଗୋଟି ବିଲଡିଙ୍ଗ ସମେତ ବାରିପଦା ରେ ଥିବା ଦୁଇ ଗୋଟି ପ୍ଲଟ ଏଂବ ତାଳଣ୍ଡା ଗ୍ରାମରେ ଥିବା ଏକ ଗୋଟି ପ୍ଲଟ ସମେତ ତିନି ଗୋଟି ପ୍ଲଟ , ୩୩.୨୯ ଲକ୍ଷ ଟଙ୍କାର ବ୍ୟାଙ୍କ ଏବଂ ଇନସ୍ୟୁରାନ୍ସ ଡିପୋଜିଟ , ୨୫୦ ଗ୍ରାମ ସୁନା , ଗୋଟିଏ ଚାରି ଚକିଆ ଯାନ ଏବଂ ଦୁଇ ଗୋଟି ଦୁଇ ଚକିଆ ଯାନ ଭିଜିଲାନ୍ସ ବିଭାଗ ପକ୍ଷରୁ ଜବତ କରାଯାଇଅଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରିରହିଅଛି । ଆଜିକାର ଏହି ଚଢାଉ ରେ ଭିଜିଲାନ୍ସ ବିଭାଗ ର ପାଞ୍ଚ ଗୋଟି ଟିମ ରେ ଦୁଇ ଜଣ ଆଡିସନାଲ ଏସ ପି , ତିନି ଜଣ ଡିଏସ ପି , ସାତ ଜଣ ଇନ୍ସପେକ୍ଟର ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।