Onn 3

ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଦାବି, ଅନିର୍ଦ୍ଦିଷ୍ଟ କାଳ ପାଇଁ ବେଗୁନିଆ ବନ୍ଦ

State

ବେଗୁନିଆ:ବେଗୁନିଆରେ ସ୍ଵାସ୍ଥ୍ୟସେବା ବିପର୍ଯ୍ୟସ୍ତ ସହିତ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉନ୍ନତ ମାନର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପ୍ରତିବାଦରେ ଆଜି ବେଗୁନିଆ ବନ୍ଦ । ବେଗୁନିଆ ମିଳିତ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଆଖପାଖ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଏହି ବନ୍ଦରେ ସାମିଲ ହୋଇଥିବା ବେଳେ ରାଜ୍ୟର ପ୍ରମୁଖ ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ସହିତ ଦୋକାନ ବଜାର ବନ୍ଦ ରହିଛି । ଦିର୍ଘ ୪୯ଦିନ ଧରି ବେଗୁନିଆ ସ୍ଵାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପରେ ନେଇଛନ୍ତି ଏହି ଚରମ ପଦକ୍ଷେପ ।ତେବେ ଦାବି ପୂରଣ ନ ହେବା ପର୍ଯ୍ଯନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।