Defult onn2

ଡବଲ ମର୍ଡର ଘଟଣାରେ ଅଭିଯୁକ୍ତ କୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ଆଜି ଏକ ଡବଲ ମର୍ଡର ତଥା ଜଘନ୍ୟ ହତ୍ୟାକାଣ୍ଡ ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୈାରାଜଜ (ପ୍ରଥମ) ସତ୍ୟନାରାୟଣ ପାତ୍ର ଅଭିଯୁକ୍ତ ମୟୁରଭଞ ଜିଲା ମୋରଡା ଥାନା ଅନ୍ତର୍ଗତ ଖୁଣ୍ଟାପାଳ ଗ୍ରାମର ପୂନ୍ନଚନ୍ଦ୍ର ମହାନ୍ତ(୫୦) କୁ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୦୨ ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ପଚାସ ହଜାର ଟଙ୍କା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ , ଦଫା ୪୪୭ ଅନୁଯାୟୀ ଏକ ମାସ ସଶ୍ରମ କାରାଦଣ୍ଡ ସମେତ ଦୁଇ ଶହ ଟଙ୍କା ଜୋରିମାନା ଅନାଦେୟ ଅଧିକ ପାଞ୍ଚ ଦିନ ସଶ୍ରମ କାରାଦଣ୍ଡ ଏବଂ ରେ ଦଣ୍ଡିତ କରିଛନ୍ତି । ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଥିବାବେଳେ ଜୋରିମାନା ଅନାଦେୟ ଦଣ୍ଡାଦେଶ ଗୋଟିଏ ପରେ ଗୋଟିଏ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି । ମାମଲାର ବିବରଣୀ ରୁ ପ୍ରକାଶ ଯେ ଘରୋଇ ଝଗଡା କୁ ନେଇ ୧୭-୬-୨୦୧୯ ରିଖ ସକାଳ ପାଖାପାଖି ୬ ଟା ସମୟରେ ଅଭିଯୁକ୍ତ ପୂନ୍ନଚନ୍ଦ୍ର ମହାନ୍ତ ଜୋର ଜବରଦସ୍ତ ଘରେ ପଶି ତାର ସ୍ତ୍ରୀ ମମତା ମହାନ୍ତ ଏବଂ ତାର ଶାଶୁ ସୁନତୀ ମହାନ୍ତ ଙ୍କୁ ଏକ କୁରାଢୀ ସାହାଯ୍ୟରେ ହାଣି ହତ୍ୟା କରିଥିଲା । ଏ ବାବଦରେ ମୋରଡା ଥାନାରେ ମମତା ମହାନ୍ତ ଙ୍କ ଭାଇ ଙ୍କ ଅଭିଯୋଗକ୍ରମେ ଙ୍କ ଅଭିଯୋଗକ୍ରମେ କେସ ନମ୍ବର ୫୦/୧୭-୬-୨୦୧୯ ରେ ଏକ ମାମଲା ରୁଜୁ କରିବା ସହ ଅଭି୍‌ଯୁକ୍ତ କୁ ତହିଁ ପରଦିନ ୧୮-୬-୨୦୧୯ ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୪ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଅତିରିକ୍ତ ପି ପି କୃଷ୍ନଚନ୍ଦ୍ର ଦାସ ପରିଚାଳନା କରିଥିଲେ ।