Photo For The News Of Bjp Samabesa

ବିଜେପି ପକ୍ଷରୁ ଜୋନସ୍ତରୀୟ ସମାବେଶ

Politics State

ଆଗରପଡ଼ା :ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ନିର୍ବାଚନ ମଣଳୀ ଅନ୍ତର୍ଗତ ଆଗରପଡ଼ା ୧୪ନଂ ଜିଲ୍ଲା ପରିଷଦ ଜୋନରେ ଥିବା ୯ଗୋଟି ପଂଚାୟତର କର୍ମୀଙ୍କୁ ନେଇ ବିଜେପି ପକ୍ଷରୁ ଏକ ଜୋନସ୍ତରୀୟ ସମାବେଶ ସ୍ଥାନୀୟ ହେମପଦ୍ମ ଗ୍ୟାଲେକ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏକ ବାଇକ ରାଲିରେ କର୍ମୀମାନେ ବଜାର ପରିକ୍ରମା କରି ସଭା ସ୍ଥଳରେ ପହଂଚିଥିଲେ । ଶିବାନନ୍ଦ ଦାଶ ଅଧିକାରୀଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ ବିଜେପି ରାଜ୍ୟ ପର୍ଯ୍ୟବେକ୍ଷକ ବିଜୟ ପାଲ ସିଂହ ତୋମାର,ଜିଲ୍ଲା ପର୍ଯ୍ୟବେକ୍ଷକ ଅଶୋକ ପରିଜା,ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ,ବିଧାୟକ ପ୍ରାର୍ଥୀ ଡ଼ଃ ସୁଧାଂଶୁ ଶେଖର ନାୟକ ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜୀବ ଲୋଚନ ରାୟ,ରବିନ୍ଦ୍ର ପଣ୍ଡା,ପ୍ରଫୁଲ୍ଲ ସିଂହଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଏଥିରେ ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ତୋମାର ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ବିଧାୟକ ପ୍ରାର୍ଥୀ ଡ଼ଃ ସୁଧାଂଶୁ ଶେଖର ନାୟକଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇବା ସହ ଡ଼ବଲ ଇଂଜିନ୍ ସରକାରଙ୍କ ହାତ ମୁଠାକୁ ଟାଣ କରିବା ପାଇଁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ଉକ୍ତ ସମାବେଶରେ ୯ଗୋଟି ପଂଚାୟତରୁ ଶତାଧିକ କର୍ମୀ ଯୋଗ ଦେଇଥିଲେ ।