Te

କିଡ୍‌ନୀ ଆକ୍ରାନ୍ତଙ୍କ ଚିକିତ୍ସାରେ ଅର୍ଥାଭାବ ବାଧକ

State

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚାରିଗାଁ ପଂଚାୟତ ଅନ୍ତର୍ଗତ ତେଲନଟୀ ପଣ୍ଡାପାଟଣା ଗ୍ରାମର ପର୍ଶୁରାମ ସାହୁଙ୍କ ବଡ଼ପୁଅ ଉତ୍ତମ(୩୯) କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଆପୋଲୋ ମେଡ଼ିକାଲ(ଭୁବନେଶ୍ୱର)ରେ ଚିକିତ୍ସାଧିନ ଅଛନ୍ତି । ପର୍ଶୁରାମ ଜଣେ ଅତି ଗରିବ ପରିବାରର ଲୋକ ହୋଇଥିବା ବେଳେ ଦିନ ମଜୁରୀ ଲାଗି ଜାହା ରୋଜଗାର କରନ୍ତି ସେଥିରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଛି । ଏହିପରି ସ୍ଥଳେ ପୁଅର ବ୍ୟବବହୁଳ ଚିକିତ୍ସା କରାଇବାରେ ସେ ଅସମର୍ଥ । ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ଥିବାରୁ ପରିବାର ଲୋକେ ସରକାରୀ ସହାୟତା ଲୋଡ଼ିବା ସହ ବଦାନ୍ୟ ବ୍ୟକ୍ତି କିମ୍ବା କୌଣସି ବେସରକାରୀ ସଂସ୍ଥା ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି ।