Photo For The News Of Congress Janasamabesa

ଅଣିଜୋରେ କଂଗ୍ରେସର ଜନ ସମ୍ପର୍କ ସମାବେଶ

Politics State

ଆଗରପଡ଼ା :ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ନିର୍ବାଚନ ମଣଳୀ ଅନ୍ତର୍ଗତ ଆଗରପଡ଼ା ୧୪ନଂ ଜିଲ୍ଲା ପରିଷଦ ଜୋନରେ ଥିବା ୯ଗୋଟି ପଂଚାୟତ ମଧ୍ୟରୁ ସୋମବାର ଅଣିଜୋ ଗ୍ରାମପଞ୍ଚାୟତରେ ଉକ୍ତ ଗ୍ରାମରେ ସ୍ଥିତ ସିନ୍ଧୁକେଶ୍ୱର ମନ୍ଦିର ପଡିଆଠାରେ କଂଗ୍ରେସ ପକ୍ଷରୁ ଜନ ସମ୍ପର୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରାର୍ଥୀ ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରଥମେ ସିନ୍ଧୁକେଶ୍ୱର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା ସାରି ଆୟୋଜିତ ଜନ ସମ୍ପର୍କ ସମାବେଶରେ ଉଦ୍‌ବୋଧନ ଦେଇଥିଲେ । ଚଳିତ ନିର୍ବାଚନରେ ଭଣ୍ଡାରିପୋଖରୀ ବିକାଶ ଧାରାକୁ ଆଗେଇ ନେବା ପାଇଁ ହାତ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଉପସ୍ଥିତ କର୍ମୀମାନଙ୍କୁ ନିବେଦନ କରିଥିଲେ । ପୂର୍ବତ୍ତନ ସରପଞ୍ଚ ରବିନାରାୟଣ ମହାନ୍ତିଙ୍କ ସଭାପତିତ୍ୱ ଓ ପୂର୍ବତ୍ତନ ସରପଞ୍ଚ ଜଗବନ୍ଧୁ ବେହେରାଙ୍କ ମଞ୍ଚ ସଂଚାଳନରେ ଆୟୋଜିତ ସମାବେଶରେ କଂଗ୍ରେସ ନେତା ସୁବ୍ରତ ଦାସ, ପ୍ରହଲ୍ଲାଦ ପାଣିଗ୍ରାହୀ, କାଶିନାଥ କର, ବିରେନ୍ଦ୍ର ଦାଶ, ପଞ୍ଚାନନ ପଣ୍ଡା, ସୁବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ଏହି ଜନ ସମାବେଶ ସଭାରେ ବହୁ ସଂଖ୍ୟାରେ ମହିଳା ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଉକ୍ତ ପଞ୍ଚାୟତର ମଙ୍ଗଳପୁର, ଯଶୋବନ୍ତପୁର, ପାଟପୁର, ବିରିଡି ଏବଂ ନରିପୁର ଆଦି ଗ୍ରାମରେ ଦଳ ପକ୍ଷରୁ ରୋଡ ସୋର ଆୟୋଜନ କରାଯାଇଥିଲା ।