Photo For The News Of Bjd Prachar

୩ ପଂଚାୟତରେ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବଙ୍କ ଦମ୍‌ଦାର ପ୍ରଚାର

Politics State
ଆଗରପଡ଼ା :ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ନିର୍ବାଚନ ମଣଳୀ ଅନ୍ତର୍ଗତ ଆଗରପଡ଼ା ୧୪ନଂ ଜିଲ୍ଲା ପରିଷଦ ଜୋନରେ ଥିବା ୯ଗୋଟି ପଂଚାୟତ ମଧ୍ୟରୁ ସୋମବାର ମହାନ୍ତିପଡ଼ା,ଆଡ଼ିଆ ଓ ରାମଚନ୍ଦ୍ରପୁର ପଂଚାୟତରେ ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ଦମ୍‌ଦାର ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି । ପ୍ରାରମ୍ଭରେ ମହାନ୍ତିପଡ଼ାରେ ଶ୍ରୀ ମଲ୍ଲିକ ଏକ ସୁସଜ୍ଜିତ ଖୋଲା ଗାଡିରେ ଶତାଧିକ  କର୍ମୀଙ୍କ ସହ ପ୍ରଚାର ଆରମ୍ଭ କରିଥିଲେ । ଉକ୍ତ ପ୍ରଚାରରେ ନବୀନବାବୁଙ୍କ ଜନହିତକର ଯୋଜନା ଯୋଗୁଁ ସେ ପୁଣି ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ତେଣୁ ସମସ୍ତଙ୍କର ସହଯୋଗ ଏକାନ୍ତ ଜରୁରୀ  ଅଟେ ବୋଲି କହିବା ସହ ଆଗାମୀ ନିର୍ବାଚନରେ ତାଙ୍କ ଦଳକୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ଶ୍ରୀ ମଲ୍ଲିକ ଭୋଟ ଭିକ୍ଷା କରିଥିଲେ ।
ଏହି ଅବସରରେ ତାଙ୍କୁ ବିଭିନ୍ନ ସ୍ଥାନରେ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖାଯାଇଥିଲା । ଉକ୍ତ ପ୍ରଚାରରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ,ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ଦାଶ,ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ, ସରପଞ୍ଚ ନିହାର ରଞ୍ଜନ ପଣ୍ଡା, ପଞ୍ଚାୟତ ବିଜେଡି ସଭାପତି ନନ୍ଦ କିଶୋର ନାୟକ, ସମିତି ସଭ୍ୟ ନିର୍ମଳ ନାୟକ ପ୍ରମୁଖ ସାମିଲ ଥିଲେ । ସେହିପରି ଆଡ଼ିଆ ଗ୍ରାମପଞ୍ଚାୟତରେ ଏହି ପ୍ରଚାରରେ ଉପରୋକ୍ତ ଅତିଥିଙ୍କ ସହ ପୂର୍ବତ୍ତନ ସରପଞ୍ଚ ବିଜୟ ଜେନା,ସରପଞ୍ଚ ମିନାକୁମାରୀ ଜେନା, ଶଙ୍କର୍ଷଣ ରଥ, ନାଏବ ସରପଞ୍ଚ ଶଶିକାନ୍ତ ନାୟକ, କମଳାକାନ୍ତ ବିଶ୍ୱାଳ, ପ୍ରଭାତ କର, ଅଭି ସାମଲ, ସୁବାଷ ବେହେରା ପ୍ରମୁଖ ସାମିଲ ହୋଇଥିବା ବେଳେ ରାମଚନ୍ଦ୍ରପୁର ପଞ୍ଚାୟତରେ ପୁର୍ବତ୍ତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ରାଉତ, ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାଶ, ସମିତି ସଭ୍ୟା ଚପଳା ଜେନା, ପଞ୍ଚାୟତ ସଭାପତି ସୂର୍ଯ୍ୟମଣୀ ରାଉଳ ପ୍ରମୁଖ ସାମିଲ ହୋଇ ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ôଥନୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଥିଲେ ।