Onn 3

ଖଟରୁ ପଡ଼ି ଶିଶୁକନ୍ୟା ମୃତ

State

ବାରିପଦା:  ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଖଟରୁ ଖସି ଦେଢ଼ ବର୍ଷର ଶିଶୁକନ୍ଯା ମୃତ୍ୟୁ ହୋଇଥିବା ଏକ ଦୁଃଖଦ ଅଭାବନୀୟ ଘଟଣା ଘଟିଯାଇଛି । ସୂଚନାଯୋଗ୍ୟ ଆଜି ଦିନ ୧୧ ଟା ପାଖାପାଖି ସମୟରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁସୁମି ବ୍ଳକର ଭୁତୁକାବାଦି ପଞ୍ଚାୟତର ଶାମସୁନ୍ଦର ଗ୍ରାମର ବୁଧୁ ସାମଦଙ୍କ ଦେଢ଼ ବର୍ଷରୁ ଝିଅ ନାଗି ଖଟରେ ଶୋଇଥିବାଵେଳେ ହଠାତ୍ ଖଟରୁ ଖସି ପଡ଼ି ଗୁରୁତର ହୋଇଥିଲେ ।

ତାଙ୍କୁ ହସ୍ପିଟାଲ ଅଣା ଯାଇଥିଲା ।ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଝିଅକୁ ହରାଇ ବାପ ମା ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି । ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୮/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।ବିଜୁ ରାଜ୍ୟ ଛାତ୍ର ଜନତା ସଂପାଦକ ବିକାଶ ମହାନ୍ତ ତାଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରଙ୍କୁ ସାନ୍ତ୍ଵନା ଦେବା ସହ ସହଯୋଗର ହାତ ବଢାଇଛନ୍ତି ।