Onn 3

ଜିଲ୍ଲା ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

State

ଗଜପତି: ଜିଲ୍ଲା ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ (G-20 ଜନ ଭାଗୀଦାରୀ) ତା- ୧୨-୦୬-୨୦୨୩ (ସୋମବାର)ଦିନ କେନ୍ଦ୍ରୀୟ ବିଦ୍ୟାଳୟ, ପାରଳାଖେମୁଣ୍ଡି ପରିସରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀଯୁକ୍ତ ମନୋଜ ରଞ୍ଜନ ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ପଣ୍ଡା ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଡାକ୍ତର ମୁର୍ମୁ, ଶ୍ରୀ ପ୍ରଦୀପ କୁମାର ଜେନା, ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ , ଶ୍ରୀ ସି .ଏଚ . ସନ୍ତୋଷ କୁମାର ଆଚାରୀ ପ୍ରମୁଖ ଯୋଗଦାନ କରିଥିଲେ ।

ଜିଲ୍ଲାର ପ୍ରମୁଖ ସାଧନ କର୍ମୀ ଶ୍ରୀ ରାମାକାନ୍ତ ପଟ୍ଟନାୟକ, ଶ୍ରୀ ହରିନାଥ ପାତ୍ର, ଶ୍ରୀ ଶୈଳେନ୍ଦ୍ର ପାତ୍ର, ଶ୍ରୀ ଶ୍ୟାମ ସୁନ୍ଦର ଗନ୍ତାୟତ ଉପସ୍ଥିତ ଥିବା ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ ମାନଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, G-20, NIPUN Bharat, NEP-2020 ଏବଂ FLN କାର୍ଯ୍ୟକ୍ରମ ସମ୍ପର୍କରେ ଫୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଅଭିଭାବଙ୍କ ମହଲରେ ଉକ୍ତ କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଛି ।