Img 20240721 Wa0299

ନାଗଭଣ ରାଧାକୃଷ୍ଣ ମନ୍ଦିରରେ ଗୁରୁପୂର୍ଣ୍ଣିମା ପାଳିତ

State

ବାରିପଦା – ଆଜି ୨୧ ଜୁଲାଇ ଆଷାଢ଼ ପୂର୍ଣ୍ଣିମା ,ପବିତ୍ର ଗୁରୁପୂର୍ଣ୍ଣିମା ।

ଗୁରୁ ବିନା ଭବନିଧି ତରହି ନ କୋହି ,
ଯୋ ବିରଞ୍ଚି ଶଙ୍କର ସମ ହି ।

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସଂପର୍କ ଯୋଡ଼ିଥାନ୍ତି ଗୁରୁ । ଆତ୍ମା ଓ ପରମାତ୍ମା ମଧ୍ୟରେ ସଂପର୍କର ସେତୁ ଯୋଡ଼ିଥାନ୍ତି । ଏହି ଭଵରଙ୍ଗଭୂମିରେ ମୋହ ମାୟାରୁ ମୁକ୍ତି ତଥା ଜନ୍ମ ମରଣରୁ ମୁକ୍ତି ପାଇବା ପାଇଁ ଗୁରୁ ମୋକ୍ଷର ରାସ୍ତା ଦେଖାନ୍ତି ।
ଗୁରୁ ଵିନା ମୁକ୍ତି ନାହିଁ ।

ଆମ ସଂସ୍କୃତିରେ ଗୁରୁପୂର୍ଣ୍ଣିମା ମହିମା ଅନନ୍ୟ ଅଟେ । ଭଗବାନ ଧରାଧାମରେ ଅବତରଣ କଲେ ବି ଗୁରୁଙ୍କ ଶରଣାପନ୍ନ ହୁଅନ୍ତି ।
ଆଜି ଏହି ଗୁରୁପୂର୍ଣ୍ଣିମା ଅବସରରେ ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ନାଗଭଣ ଗ୍ରାମ ରାଧାକୃଷ୍ଣ ମନ୍ଦିର ପରିସରରେ ଜଗତଗୁରୁ କୃପାଳଜୀ ମହାରାଜାଙ୍କ ଗୁରୁ ପୂଜନ ଉତ୍ସବ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ଧୂମଧାମରେ ପାଳିତ ହୋଇଯାଇଛି
ରାଇରଙ୍ଗପୁର ଆଖପାଖ ଅଂଚଳରୁ ଵହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ତାଙ୍କ ଗୁରୁଙ୍କ ପୂଜନ ଓ ବନ୍ଦନ ପାଇଁ ଛୁଟି ଆସିଥିଲେ । ପ୍ରାରମ୍ଭରେ ଗୁରୁ ପୂଜନ, ଅଭିଷେକ ପର୍ବ ଅନୁଷ୍ଠିତ ହୋଇଥିଲା । ପରେ କୀର୍ତ୍ତନ ,ସତସଙ୍ଗ , ଆରତୀର ଆୟୋଜନ ହୋଇଥିଲା ।
ପରେ ରାଧାକୃଷ୍ଣ ମନ୍ଦିର କମିଟି ତରଫରୁ କମିଟି ତରଫରୁ ଅନ୍ନପ୍ରସାଦ ବଣ୍ଟନର ବ୍ୟବସ୍ତା କରାଯାଇଥିଲା ।
ଆସ୍ଥା ଓ ବିଶ୍ବାସ ଅଛି ଯେଉଁମାନେ ଗୁରୁଙ୍କ ଶରଣାପନ୍ନ ସେମାନଙ୍କ ଜୀବନ ଧନ୍ୟ ଅଟେ । ସେମାନଙ୍କ ଜୀବନ ସୁଖ ଶାନ୍ତିରେ ବିତେ ।