Img 20240721 Wa0285

କୁଡ଼ମୀ ସେନା ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

State

ବାରିପଦା: ବାରିପଦା ଠାରେ କୁଡୁମୀ ସେନା ର ସଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଯାଇଅଛି।କୁଡୁମୀ ସେନା ପ୍ରତିଷ୍ଠାତା ତଥା ରାଜ୍ୟ ସଭାପତି ଜୈମୁନୀ ମହାନ୍ତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭା ରେ ରାଜ୍ୟ ର ବିଭିନ୍ନ ଜିଲ୍ଲା ରୁ କୁଡୁମୀ ସେନା ର ସବୁ ନେତ୍ରୁ ବୃନ୍ଦ ଯୋଗ ଦେଇଥିଲେ। ଏହି ସଭାରେ କୁଡୁମୀ ସେନା ର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟ ରେ ବିଶଦ ଆଲୋଚନା ହୋଇଥିଲା।କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ସାମିଲ କରିବା ଦାବିରେ ବିଗତ ଏକ ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟ ଧରି କୁଡୁମୀ ସେନା ପକ୍ଷରୁ ଆନ୍ଦୋଳନ ଜାରୀ ରହିଛି। ଉକ୍ତ ଦାବୀ ହାସଲ କରିବା ପାଇଁ ସେନା ପକ୍ଷରୁ କ୍ରମାଗତ ଭାବେ ବିଭିନ୍ନ ପ୍ରକାର ର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି। ବିଗତ ନବୀନ ପଟ୍ଟନାୟକ ସରକାର ମିଛ ପ୍ରତିଶ୍ରୁତି ଦେଇ ବର୍ଷ ବର୍ଷ ଧରି ଠକି ଆସିଥିଲା। ତେଣୁ ବିଜୁ ପଟ୍ଟନାୟକଙ୍କ ଅମଳରୁ ଉକ୍ତ ପରିବାର ପ୍ରତି ସମର୍ଥନ ଦେଇ ଆସୁ ଥିବା ଅଧିକାଂଶ କୁଡ଼ୁମୀ ଜନସାଧାରଣ ବିଗତ ନିର୍ବାଚନ ରେ ନବୀନ ବାବୁଙ୍କ ଠାରୁ ଦୂରେଇ ଗଲେ। ଯାହାର ପ୍ରଭାବ ରାଜ୍ୟର କୁଡୁମୀ ବହୁଳ ଜିଲ୍ଲା ମାନଙ୍କର ନିର୍ବାଚନୀ ଫଳାଫଳ କୁ ଲକ୍ଷ୍ୟ କଲେ ବେଶ ବୁଝାପଡୁଛି।ତେଣୁ ନୂତନ ସରକାର ନିକଟରୁ କୁଡୁମୀ ଜାତି ନିଜର ହକ୍ ପାଇବ ବୋଲି ଆଶା କରୁଛି। ଏ ନେଇ ନିକଟରେ ସମଗ୍ର ମୟୂରଭଞ୍ଜ ଜିଲ୍ଲା ତଥା ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରୁ କୁଡୁମୀ ସେନା ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ପ୍ରେରଣ କରାଯାଇଛି।ତେବେ ନୂତନ ସରକାର ଯେପରି କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ସୁପାରିଶ କରିବେ ସେନେଇ କୁଡୁମୀ ସେନା ପକ୍ଷରୁ ସଂଗଠନ ର କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି।

ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ବିବେକା ନନ୍ଦ ମହାନ୍ତ, ସପନ ମହାନ୍ତ, ସୁବାଷ ଚନ୍ଦ୍ର ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ଡମ୍ବରୁ ଧର ମହାନ୍ତ, ସୌଭାଗ୍ୟ ମହାନ୍ତ,ଅଞ୍ଜଳି ମହାନ୍ତ, ସାଇ ରାମ ମହାନ୍ତ,ବିଶ୍ଵନାଥ ମହାନ୍ତ, ବିରେନ୍ଦ୍ର ମହାନ୍ତ, କ୍ଷିରୋଦ ମହାନ୍ତ, ଜଗଦୀଶ ମହାନ୍ତ ଲୋକନାଥ ମହାନ୍ତ, ସଞ୍ଜୟ ମହାନ୍ତ, ମାନଗୋବିନ୍ଦ ମହାନ୍ତ, କୈଳାସ ମହାନ୍ତ, ବରୁଣ ମହାନ୍ତ ଅଜିତ ମହାନ୍ତ,କେନ୍ଦୁଝର ଜିଲ୍ଲାର ଅଭିମନ୍ୟୁ ମହାନ୍ତ, ମିତ୍ରଭାନୁ ମହାନ୍ତ, ରବୀନ୍ଦ୍ର ମହାନ୍ତ, ବିଶ୍ୱଜିତ୍ ମହାନ୍ତ, ପଦ୍ମ ମହାନ୍ତ, ବାଲେଶ୍ୱର ଜିଲ୍ଲାର ନିରଞ୍ଜନ ମହାନ୍ତ, ଆଶାର ମହାନ୍ତ,ପ୍ରମୁଖ ଉପସ୍ଥିତ ଥିଲେ।