Img 20240721 Wa0300

ରାଜ୍ୟ ସ୍ତରୀୟ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷକ ସୋମନାଥ ସିଂହ ସମ୍ମାନିତ

State

ବାରିପଦା : ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ବେତନଟୀ ସ୍ଥିତ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରତିଭା ପୂଜନ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ୩ୟ ବାର୍ଷିକ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବରେ ବାରିପଦାର ଶିକ୍ଷକ ସୋମନାଥ ସିଂହ ସମ୍ମାନିତ ହୋଇଛନ୍ତି I ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୨୧ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ପ୍ରଧାନ ଶିକ୍ଷକ ଭାବେ ପୂର୍ଣ୍ଣଚନ୍ଦ୍ର ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ସହ ଜଣେ ରକ୍ତଦାତା, ରକ୍ତଦାନ ଶିବିର ଆୟୋଜକ , ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଅଭିନେତା, ସଫଳ ମଞ୍ଚ ପରିଚାଳନା ଆଦି ବିଭିନ୍ନ କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରିଥିବା ଶ୍ରୀ ସିଂହଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଛି I ଅନୁଷ୍ଠାନର ମୁଖ୍ୟ ଟ୍ରଷ୍ଟି ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତିଙ୍କ ପରିଚାଳନାରେ ମୁଖ୍ୟ ଅତିଥି ସମ୍ପାଦକ, ସମାଜ, ଡଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ହାତରେ “ଶିକ୍ଷକଶ୍ରୀ ” ସମ୍ମାନରେ ସମ୍ମାନିତ ହୋଇ ଶ୍ରୀ ସିଂହ ବେଶ ଉତ୍ସାହିତ ଅଛନ୍ତି ବୋଲି ଜଣାଇବା ସହ ଭବିଷ୍ୟତରେ ଆହୁରି ଅଧିକ ସାମାଜିକ କାର୍ଯ୍ୟରେ ବ୍ରତୀ ହେବାପାଇଁ ଅନୁପ୍ରାଣିତ କରିବ ବୋଲି ପ୍ରକାଶ କରିଛନ୍ତି I ଏଥିପାଇଁ ସେ ନିଜ ବିଦ୍ୟାଳୟର ଶିକ୍ଷକ / ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ତଥା ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ସନ୍ତୋଷ କୁମାର ମହାନ୍ତି ଓ ନାଟ୍ୟଗୁରୁ ଧୀର ବସାଙ୍କୁ ଶ୍ରେୟ ଦେଇଛନ୍ତି I