Acd75d42 8a9f 4342 9a38 E6b5bbc7d3cf

ବିଜ୍ଞାନ ପ୍ରଚାର ସମିତି, ସାଲେପୁର ଶାଖା ପକ୍ଷରୁ ଶୋକସଭା ଓ ଆଲୋଚନାଚକ୍ର

State

ସାଲେପୁର :  ଅଦ୍ୟ ତା ୨୧.୦୭.୨୪ ରିଖ ରବିବାର ଦିବା ୪ଘଟିକା (ଅପରାହ୍ନ) ସମୟରେ ଜଗନ୍ନାଥ ଗୋପିନାଥ ଟ୍ରଷ୍ଟ ସଭା ଗୃହରେ ବିଜ୍ଞାନ ପ୍ରଚାର ସମିତି, ସାଲେପୁର ଶାଖାର ଏକ ମାସିକ ବୈଠକ ଅନଷ୍ଠିତ ହୋଇଯାଇଅଛି ।

ଉକ୍ତ ସଭାରେ ମେଜର୍ ଡଃ ମଞ୍ଜୁଶ୍ରୀ ପତି ସଭାପତିତ୍ବ କରିଥିଲେ । ସଭାରେ ପ୍ରଥମେ ଦିବଂଗତ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଉଦ୍ଦେଶ୍ୟରେ ଏକ ଶୋକ ସଭା ଅନଷ୍ଠିତ ହୋଇଥିଲା ।

7138dac4 889c 4254 857e 562b166e2d20

ପରେ ଗୁରୁପୂର୍ଣ୍ଣିମା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହ ୨୦୨୪ ମସିହା ପାଇଁ ବିଚିତ୍ର ପ୍ରାଣୀ ସମ୍ପର୍କୀୟ ପ୍ରାଣୀମାନଙ୍କ ମଧ୍ୟରେ ପେଚା ସଂପର୍କରେ ଆଲୋଚନା କରାଯାଇଥିଲା।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡ଼ଃ ପୂର୍ଣ୍ଣଚନ୍ଦ୍ର ଓଝା, ଡ଼ଃ ଉମେଶ ଚନ୍ଦ୍ର ପତି,ଦିବାକର ପ୍ରଧାନ, ପୁରସ୍ତମ ବେହେରା, ଚିନ୍ମୟୀ ବେହେରା, ବିଦୁସ୍ମିତା ବେହେରା, ଅନନ୍ତ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ସମ୍ପାଦକ ଶ୍ରୀ ମହେଶ ଚନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ।