Onn 3

ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ଭୂଗୋଳ ଶିକ୍ଷକ

Crime State

ଭୁବନେଶ୍ୱର: ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ଭୂଗୋଳ ଶିକ୍ଷକ । ଭରତପୁର ଥାନାରେ ଛାତ୍ରୀଙ୍କ ପରିବାରର ଲିଖିତ ଅଭିଯୋଗ ପରେ ଶିକ୍ଷକ ଗିରଫ । ଭୂଗୋଳ ଶିକ୍ଷକ କାଳୁଚରଣ ବଡଜେନାଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ । ଆଜି ଭୂଗୋଳ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଥିଲା । ସ୍କୁଲ ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରିଛନ୍ତି ଶିକ୍ଷକ । ଭୁବନେଶ୍ୱର ଭରତପୁର ଥାନାକୁ ଆସିଥିଲା ଏଭଳି ଏକ ସଂଗୀନ ଅଭିଯୋଗ । ଭୁବନେଶ୍ୱର ଭରତପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୁଗୋଳ ଶିକ୍ଷକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ଛାତ୍ରୀଙ୍କ ପରିବାର ।

ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ ଟେଷ୍ଟ ପରୀକ୍ଷା ପ୍ରଶ୍ନପତ୍ର ଦେଇ ବଦଳରେ ଶିକ୍ଷକ ଜଣକ ବାରମ୍ବାର ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଶିକ୍ଷକ ଜଣକ ଛାତ୍ରୀଙ୍କୁ କହୁଥିଲେ ପ୍ରଶ୍ନପତ୍ର ଦେଇ ଛାତ୍ରୀଙ୍କ ଲାଭ ଦେଖିଲେ, ଏବେ ଛାତ୍ରୀ ଜଣକ ତାଙ୍କର ଲାଭ ଦେଖନ୍ତୁ । ଏଭଳି କଥା କହି ଛାତ୍ରୀଙ୍କ ଅସହାୟତାର ସୁଯୋଗ ନେଇ ଭୁଗୋଳ ଶିକ୍ଷକ କାଳୁଚରଣ ବଡଜେନା ବାରମ୍ବାର ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ପରିବାର । ଏପରିକି ଘରେ କେହି ନଥିବା ବେଳେ ସେ ଘରକୁ ଯିବେ ବୋଲି କହୁଥିଲେ ସମ୍ପୃକ୍ତ ଭୂଗୋଳ ଶିକ୍ଷକ । ଭୂଗୋଳ ଶିକ୍ଷକ ଜଣକ ଛାତ୍ରୀଙ୍କୁ ପ୍ରେମ କରନ୍ତି ଏବଂ ବିବାହ କରିବାକୁ ଚାହାଁନ୍ତି ବୋଲି କହୁଥିବା ପରିବାର ଲୋକେ କହିଛନ୍ତି । ଏନେଇ ସ୍କୁଲ କର୍ତୃପକ୍ଷଙ୍କ ସହ ପରିବାର ଲୋକଙ୍କ ପାଟିତୁଣ୍ଡ ହୋଇଛି । ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରୀଙ୍କ ପରିବାର ଲୋକେ ।