Onn 3

ନକ୍ସଲଙ୍କୁ ଜଗିବ ଡ୍ରୋନ୍, ଗତିବିଧି ଉପରେ ରଖିବ ନଜର

State

 

naxal-attack

ସରିଲା ଦିନିକିଆ ମାଓ ମୁକାବିଲା। DGPଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ମାଓ ଦମନ ରଣ ନୀତି ପ୍ରସ୍ତୁତ ହୋଇଛି। ଫୋକରେ ରହିଛି ବୌଦ୍ଧ। ସେଠାରେ ହେବାକୁ ଯାଉଛି କ୍ୟାମ୍ପ। ୨୦୨୪ ନିର୍ବାଚନରେ କିଭଳି ସୁରୁଖୁରରେ ହେବ ଓ ମାଓ ପ୍ରଭାବକୁ ମୁକାବିଲା କରାଯିବ ସେ ନେଇ ହୋଇଛି ରଣନୀତି।

ନକ୍ସଲ ମୁକାବିଲା ଉଚ୍ଚସ୍ତରୀୟ ବୈଠକରେ ଡ୍ରୋନ୍‌ ପାଇଁ ନିଷ୍ପତ୍ତି ହୋଇଛି । ଏଣିକି ନକ୍ସଲଙ୍କ ଉପରେ ନଜର ରଖିବ ଡ୍ରୋନ୍ । ଦିନ ହେଉ କି ରାତି ନକ୍ସଲ ଗତିବିଧି ଉପରେ ନଜର ରଖିବ ଡ୍ରୋନ । ସୁନ୍ଦରଗଡ଼ ଜିଲ୍ଲାରେ ନାହିଁ ନକ୍ସଲଙ୍କ ଗତିବିଧି । ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ନକ୍ସଲ ଗତିବିଧି । ଏବେ ରାଜ୍ୟର ୧୦ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ରହିଛି । ଆସନ୍ତାବର୍ଷ ନିର୍ବାଚନ ଥିବାରୁ ନକ୍ସଲଙ୍କ ଉପରେ କଡା ନଜର ରହିବ । ନିର୍ବାଚନ ସମୟରେ ଯେଭଳି କୌଣସି ଅଘଟଣ ନ ଘଟେ ସେଥିପାଇଁ ନକ୍ସଲଙ୍କ ଗତିବିଧି ଉପରେ ନଜର ରହିବ । ମାଲକାନଗିରି ଓ କୋରାପୁଟରେ ନକ୍ସଲ ଗତିବିଧି କମିଛି । ରାଜ୍ୟରେ ଆଉ ୧୧ଟି BSF ଓ CRPF କ୍ୟାମ୍ପ ସ୍ଥାପନ କରାଯିବ। ରାଜ୍ୟରେ KKBN ବା କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼ କରିଡ଼ର ଏବେ ସକ୍ରିୟ ରହିଛି।

ସେହିପରି ଛତିଶଗଡ ସଲଗ୍ନ ନୂଆପଡ଼ା ଜିଲ୍ଲାରେ ଏବେ ମେନପୁର ଡିଭିଜନ୍ ସକ୍ରିୟ ରହିଛି। ଓଡ଼ିଶାର ୯୦ ପ୍ରତିଶତ ମାଓବାଦୀ ଛତିଶଗଡ ରାଜ୍ୟର। ଓଡ଼ିଶାରେ ମାତ୍ର ୧୬ ଜଣ ଓଡ଼ିଆ ମାଓବାଦୀ ରହିଛନ୍ତି। ଓଡ଼ିଶା ଜୋନାଲ କମିଟିର ନେତୃତ୍ୱ ନେଉଛନ୍ତି ମୂରଲୀ ଓ ମୋଦମ୍ ବାଲା କ୍ରୀଷ୍ଣା। ଉଭୟ CPIM କେନ୍ଦ୍ରୀୟ କମିଟିର ସଦସ୍ୟ। ଓଡ଼ିଶାରେ ସଂଗଠନକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି କମିଟି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରଖିଛି ଛତିଶଗଡ ମାଓବାଦୀ KKBN ରେ ରହିଛନ୍ତି।