Onn 3

ONN ପ୍ରଭାବ: ଖବର ପ୍ରକାଶ ପରେ କାର୍ଯ୍ୟକ୍ଷମ ହେଲା ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ

State

ଆଗରପଡ଼ା:ଗତ ଅଗଷ୍ଟ ମାସ ୩୦ ତାରିଖରେ “ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ଅଚଳ;ପାଣି ପାଇଁ ପତଡ଼ାବାସୀ ଡ଼ହକବିକଳ;ଖବର ପ୍ରକାଶର ୩ମାସ ପରେବି କାର୍ଯ୍ୟାନୁଷ୍ଠାନ ଶୂନ”ଶୀର୍ଷକ ଖବର ‘ONN’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ବନ୍ତ ବ୍ଲକ ଅଣିଜୋ ପଂଚାୟତ ଅର୍ନ୍ତଗତ ରାଜନଗର ମଙ୍ଗଳପୁର ଗ୍ରାମର ସାମାକିକ କର୍ମୀ କୈଳାସ ପୃଷ୍ଟି ଏକ୍ସ(ଟ୍ୱିଟର)ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ପଦାଧିକାରୀଙ୍କୁ ଅଭିଯୋଗ କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଏହାର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଆସିବା ପରେ ବିଭାଗ ପକ୍ଷରୁ ଉକ୍ତ ସମସ୍ୟାର ସମାଧାନ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ବିଭାଗୀୟ ସହକାରୀ ଯନ୍ତ୍ରୀ କାର୍ଯ୍ୟାଳୟ ଚିଠି ନଂ ୯୯୫/୧୩.୧୦.୨୦୨୩ରେ ସହାୟକ ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି । ଗତ ମେ ମାସ ୧୫ ତାରିଖରେ“ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ଅଚଳ;ପାଣି ପାଇଁ ପତଡ଼ାବାସୀ ଡ଼ହଳବିକଳ”ଖବର‘ଓଏନଏନ’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶକୁ ଇତି ମଧ୍ୟରେ ୩ ମାସ ବିତି ଯାଇଥିଲେ ସୁଦ୍ଧା ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଳା ବନ୍ତ ବ୍ଲକ ମହାନ୍ତିପଡ଼ା ପଂଚାୟତରେ । ଗ୍ରାମାଚଂଳରେ ବସବାସ କରୁଥିବା ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚରେ ପ୍ରକଳ୍ପ ନିର୍ମାଣ ମଧ୍ୟ ହେଉଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୂପାୟନ ହୋଇପାରୁନଥିବା ଜଣାପଡ଼ିଛି । ମହାନ୍ତିପଡ଼ା ପଂଚାୟତ ଅନ୍ତର୍ଗତ ପତଡ଼ା ଗ୍ରାମର ଆଦିବାସୀ ଲୋକ ବିଶୁଦ୍ଧ ପାଣି ଟୋପେ ପାଇବା ପାଇଁ ଡ଼ହଳବିକଳ ହେଉଥିବା ଜଣାପଡ଼ିଛି । ଉକ୍ତ ଗ୍ରାମରେ ୪ ଶହରୁ ଉର୍ଦ୍ଧ୍ୱ ଆଦିବାସୀ ବସବାସ କରନ୍ତି । ଗ୍ରାମଟି ପାହାଡ଼ିଆ ଅଂଚଳରେ ଅବସ୍ଥିତ ହୋଇଥିବାରୁ ପାନୀୟ ଜଳ ମିଳିବା କଷ୍ଟକର ବ୍ୟାପାର । ତେଣୁ ଗ୍ରାମର ଜଳ ସମସ୍ୟାକୁ ସମାଧାନ କରିବାକୁ ଯାଇ ବହୁଦିନ ପୂର୍ବରୁ ବିଭାଗ ତରଫରୁ ସୈାରଚାଳିକ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲା । ବିଭାଗୀୟ ଅଧିକାରୀଙ୍କ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏହା ବର୍ତ୍ତମାନ ଅଚଳ ହୋଇପଡ଼ିଛି ।

ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ଅଚଳ, ପାଣି ପାଇଁ ପତଡ଼ାବାସୀ ଡହଳବିକଳ

ବିଭାଗ ତରଫରୁ ଏହାକୁ ସଚଳ କରିବା ପାଇଁ କୈାଣସି ପଦକ୍ଷେପ ନିଆ ନଯାଉଥିବାରୁ ଗ୍ରାମବାସୀ ପାଣି ଟୋପାଏ ପାଇଁ ଡ଼ହଳବିକଳ ହେଉଛନ୍ତି । ଉକ୍ତ ଗ୍ରାମରେ କେତେକ ନଳକୂପ ବସିଛି ସତ କିନ୍ତୁ ଉକ୍ତ କୂପରୁ ବିଶୁଦ୍ଧ ପାନୀୟ ଜଳ ବାହାରି ପାରୁ ନଥିବାରୁ ଏହା ପିଇବା ଉପଯୋଗୀ ହୋଇପାରୁ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଉକ୍ତ ନଳକୂପର ପାଣିକୁ କିଛି ସମୟ ରଖିଦେଲେ ପାଣିର ରଙ୍ଗର ପରୀବର୍ତ୍ତନ ହେଉଛି । ଅପରପକ୍ଷରେ ଏହିପରି ପରିସ୍ଥିତିରେ ଗ୍ରାମରେ ଥିବା ଏକମାତ୍ର କୂଅ(ବାମ୍ଫି) ଲୋକଙ୍କ ପାନୀୟ ଜଳର ସହାରା ପାଲୋଟିଛି । କିନ୍ତୁ ଉକ୍ତ କୂଅ(ବାମ୍ଫି)ରୁ ପାଣି କାଢିବା ପାଇଁ ସେମିତି କୈାଣସି ସୁରକ୍ଷା ନଥିବାରୁ ଗ୍ରାମବାସୀମାନେ ବିପଦ ସଂକୁଳ ପରିସ୍ଥିତିରେ ପାଣି କାଢୁଥିବା ଜଣାପଡ଼ିଛି । ଆର୍‌ଡ଼ବ୍ଲ୍ୟୁଏସ୍‌ଏସ୍ ପକ୍ଷରୁ କୋଟି କୋଟି ଟଙ୍କାରେ ନିର୍ମିତ ଆକାଶ ଚୁମ୍ବି ପାଣି ଟାଙ୍କିରୁ ମଧ୍ୟ ପାଣି ମିଳିପାରୁ ନାହିଁ ଫଳରେ ପତଡ଼ାବାସୀ ପାଣି ଟୋପାଏ ପାଇଁ ସଂଘର୍ଷ କରୁଛନ୍ତି । ବିଭାଗ ଏବଂ ପଂଚାୟତ ପକ୍ଷରୁ ଅଚଳ ନଳକୂପକୁ ସଚଳ କରିବା ପାଇଁ କର୍ମଚାରୀ ନିଯୁକ୍ତି ପାଇଥିଳେ ସୁଦ୍ଧା ପତଡ଼ା ଗ୍ରାମର ସମସ୍ୟା ପ୍ରତି କେହିବି ଦୃଷ୍ଟି ନଦେବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ପତଡ଼ାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳି ନପାରିବା ପ୍ରଶାସନିକ ଅଧିକାରୀାଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଥିବା ଖବର ‘ସକାଳ’ରେ ପ୍ରକାଶ ପାଇବାକୁ ଇତି ମଧ୍ୟରେ ୩ମାସ ବିତିଯାଇଥିଲେ ସୁଦ୍ଧା ବିଭାଗ ତରଫରୁ ଏହାର ସୁଦ୍ଧାର ଆଣିବାରେ କୌଣସି ପଦକ୍ଷେପ ନନେବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଥିବା ବେଳେ ଉକ୍ତ ପଂଚାୟତରେ ବସୁଧା ଯୋଜନାରେ ନିର୍ମିତ ୩ଗୋଟି ପାଣିଟାଙ୍କି ମଧ୍ୟ କାମରେ ଲାଗୁନି । କେଉର୍ଠି ପାଇପଫାଟି ଯାଇଛି ତ ଆଉ କେଉଁଠି ମୋଟର ଅଚଳ ହୋଇପଡ଼ିଥିବାରୁ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ପଂଚାୟତବାସୀ ବଂଚିତ ହେଉଥିବା ଅଭିଯୋଗ ହେଉଥିବା ଖବର ‘ଓଏନଏନ’ରେ ପ୍ରକାଶ ପାଇଥିଲା ।