Onn 3

ONN ପ୍ରଭାବ: ଖବର ପ୍ରକାଶ ପରେ ସାକ୍ଷାତ କଲେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ କର୍ମୀ

State

ଆଗରପଡ଼ା: ଗତ ୧୩ ତାରିଖ “ବିଭାଗୀୟ ଅଧିକାରୀଙ୍କ ଅଣଦେଖାରୁ ସ୍ୱାମୀ ପାଲଟିଲେ ବାପା; ପ୍ରକୃତ ଭତ୍ତାଟଙ୍କା ପାଇବାରୁ ବଂଚିତ ସୁମିତ୍ରା” ଶୀର୍ଷକ ଖବର ‘ONN’ ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆଯୋଗ କର୍ମୀ ସୁଜାତା ଜେନା ସୁମିତ୍ରାଙ୍କ ଘରକୁ ଯାଇ ତାଙ୍କୁ ଭେଟି ତାଙ୍କ ସମସ୍ୟା ବିଷୟରେ ଅବଗତ ହୋଇ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ତାଙ୍କ ସମସ୍ୟାର କିପରି ସମାଧାନ କରାଯାଇପାରିବ ସେଥିପ୍ରତି ବିହିତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିବା ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡ଼ିଆ ପଂଚାୟତ ଅର୍ନ୍ତଗତ ଆଡ଼ିଆ ଗ୍ରାମର ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବା ସୁମିତ୍ରା ସାହୁ ବିଭାଗୀୟ ଅଧିକାରୀଙ୍କ ଭୂଲ ବିବରଣୀ ଯୋଗୁଁ ଗତ ପ୍ରାୟ ୭ମାସ ହେବ ପ୍ରକୃତ ଭତ୍ତା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଟ୍ରାଇସାଇକେଲ ସହାୟତାରେ କେକେ ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତ ଆଉ କେତେବେଳେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଉଥିଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣୁ ନଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ; ସ୍ୱାମୀ ପରିତ୍ୟକ୍ତ ସୁମିତ୍ରା ନିଜ ଭାଇଭାଉଜଙ୍କ ସହ ରହୁଛନ୍ତି । କିନ୍ତୁ ବାପାମା’ଙ୍କ ମୃତ୍ୟୁୁପରେ ଭାଇ ଭାଉଜଙ୍କ ଉପରେ ବୋଝ ନହୋଇ ସୁମିତ୍ରା ଏକାକି ନିଜ ଜୀବନ ନୌକାକୁ ବାହି ଚାଲିଛନ୍ତି । ସରକାରଙ୍କ ତରଫରୁ ଏକ ଇନ୍ଦିରା ଆବାସ,ଟ୍ରାଇସାଇକେଲ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଉଛନ୍ତି । ସରକାରଙ୍କ ପ୍ରଦତ୍ତ ପ୍ରମାଣପତ୍ର ଅନୁସାରେ ସୁମିତ୍ରା ୭୦୦ଟଙ୍କା ଦିବ୍ୟାଙ୍ଗ ଭତ୍ତା ମଧ୍ୟ ପାଇ ଆସୁଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ ସରକାରଙ୍କ ନୂତନ ନିୟମ ଅନୁସାରେ ଅନ୍‌ଲାଇନରେ ନାମ ପଂଜିକରଣ ବାଧ୍ୟତାମୂଳକ ହେବାରୁ ସେ ଏହାକୁ ଆବେଦନ କରିଥିଲେ ଏବଂ ବିଭାଗ ତରଫରୁ ତାଙ୍କୁ ଏକ ପ୍ରମାଣପତ୍ର ମଧ୍ୟ ୪.୨.୨୦୨୩ରେ ପ୍ରଦାନ କରାଯାଇଛି । କିନ୍ତୁ ଉକ୍ତ ପ୍ରମାଣ ପତ୍ରରେ ଉକ୍ତ ଶେଖର ସାହୁ ତାଙ୍କ ସ୍ୱାମୀ ହୋଇଥିବା ସ୍ଥଳେ ତାଙ୍କୁ ପିତା ଭାବେ ଉପସ୍ଥାପିତ କରାଯାଇଛି ।

ବିଭାଗୀୟ ଅଧିକାରୀଙ୍କ ଅଣଦେଖାରୁ ସ୍ୱାମୀ ପାଲଟିଲେ ବାପା, ପ୍ରକୃତ ଭତ୍ତାଟଙ୍କା ପାଇବାରୁ ବଂଚିତ ସୁମିତ୍ରା

ଏପରିକି ବିବାହିତା ପରିବର୍ତ୍ତେ କୁମାରୀ ସୁମିତ୍ରା ଉଲ୍ଲେଖ ଅଛି । ଗତ ୬୩ ବର୍ଷ ହେବ ସେ ଶତକଡ଼ା ୭୦ ଭାଗ ଭିନ୍ନକ୍ଷମ ଥିବା ବେଳେ ତାଙ୍କୁ ଶତକଡ଼ା ୫୦ ଭାଗ ଭିନ୍ନକ୍ଷମ ହୋଇଥିବାର ଦର୍ଶାଯାଇଛି । ଯାହାକି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ବିଭାଗୀୟ ଅଧିକାରୀଙ୍କ ଏହିପରି ଦୋଷ ତୃଟିଯୋଗୁଁ ପ୍ରକୃତ ହିତାଧିକାରୀ ସରକାରଙ୍କ ସୁବିଧା ସୁଯୋଗ ପାଇବାରୁ ପଂଚିତ ହେଇଛନ୍ତି । ଯେପରିକି ଉକ୍ତ ପ୍ରମାଣ ପତ୍ର ଅନୁସାରେ ସୁମିତ୍ରା ବର୍ତ୍ତମାନ ୭୦୦ଟଙ୍କା ପାଇବା ପରିବର୍ତ୍ତେ ୫୦୦ ଟଙ୍କା ପାଉଛନ୍ତି । ଉକ୍ତ ଭୂଲକୁ ସଂଶୋଧନ କରିବା ପାଇଁ ସୁମିତ୍ରା ବାରମ୍ବାର ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ କିଛି ସୁଫଳ ପାଇ ପାରୁନାହାନ୍ତି । ତେଣୁ ପ୍ରଶାସନିକ ସ୍ତରରେ ଏହାର ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ସହ ତାଙ୍କୁ ତାଙ୍କ ପ୍ରକୃତ ସୁବିଧାକୁ ତୁରନ୍ତ ଯୋଗାଇ ଦେବା ସହ ନିର୍ଭୂଲ ପ୍ରମାଣ ପତ୍ର ପ୍ରଦାନ କରିବାକୁ ବିଭିନ୍ନ ମହଲରେ ଦାବି ହେଉଥିବା ଖବର ‘ଓଏନଏନ’ରେ ପ୍ରକାଶ ପାଇଥିଲା ।

Photo for the News of Sumitra