Loot 3

ଫାଇନାନ୍ସ କମ୍ପାନୀରୁ ୩୦ କେଜି ସୁନା ଚୋରି ଘଟଣା, ରାଞ୍ଚିରୁ ଜଣେ ଡକାୟତ ଗିରଫ

State

ସମ୍ବଲପୁର: ସମ୍ବଲପୁରରୁ ୩୦ କେଜି ସୁନା ଚୋରି ଘଟଣା । ରାଞ୍ଚିରୁ ଜଣେ ଡକାୟତ ଗିରଫ ହୋଇଛି । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ଅଞ୍ଚଳର ମଣପୁରମ ଫାଇନାନ୍ସ ଲିମିଟେଡ଼ କମ୍ପାନୀରୁ ବଡ ଧରଣର ଚୋରି ହୋଇଥିଲା । ଲୁଟ୍ ଘଟଣାରେ ଅଜୟ ପାଶ୍ବାନ ଗିରଫ ହୋଇଛି । ଟ୍ରେନରୁ ତାକୁ ଆରପିଏଫ ହାଟିଆ ୟୁନିଟ ଗିରଫ କରିଛି । ପରେ ତାକୁ ସମ୍ବଲପୁର ପୋଲିସକୁ ହସ୍ତାନ୍ତର କରାଯାଇଛି ।

ସୂଚନା ଅନୁସାରେ ଗତ ୩ ତାରିଖ ଦିନ ୧୦ଟାରେ ବୁଢ଼ାରାଜା ସ୍ଥିତ ମଣପୁରମ ଫାଇନାନ୍ସରୁ ଡକାୟତି ହୋଇଥିଲା । ୬ ରୁ ୭ ଜଣ ହେଲମେଟ ପିନ୍ଧା ଡକାୟତ ଆସି ବନ୍ଧୁକ ମୁନରେ କମ୍ପାନୀର କର୍ମଚାରୀଙ୍କୁ ଧମକ ଦେଇ ୩୦ କେଜି ସୁନା ଓ ନଗଦ ୪ ଲକ୍ଷ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି ।  ସମ୍ବଲପୁର ବୁଢାରଜା ମଣପୁରମ ଫାଇନାନ୍ସ ଲିମିଟେଡ଼ର ଆସିସଷ୍ଟାଣ୍ଟ ବ୍ରାଞ୍ଚ ହେଡ଼ ସୁଧୀର ନାଥ କହିବାନୁଯାୟୀ, ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଡକାୟତମାନେ ବନ୍ଧୁକ ବାହାର କରି ସମସ୍ତଙ୍କୁ ଧମକ ଦେବା ସହ ମାଡ଼ ମାରିଥିଲେ ଓ ଚୁପ ଚାପ ରହିବାକୁ କହିଥିଲେ ।  ଏହାପରେ ଆଉ ୪ ଜଣ ଡକାୟତ ମୁଖା ଓ ହେଲମେଟ ପିନ୍ଧି ବନ୍ଧୁକ ଧରି ଅଫିସକୁ ପଶିଥିଲେ ।  ବନ୍ଧୁକ ଦେଖାଇ ଆସିସଷ୍ଟାଣ୍ଟ ବ୍ରାଞ୍ଚ ହେଡ଼ଙ୍କୁ ଲକର ଖୋଲିବାକୁ କହିଥିଲେ l ଡକାୟତମାନେ ଲକରରୁ ପ୍ରାୟ ୨୯ କେଜି ସୁନା ଓ ୪ ଲକ୍ଷ ୮୧ ହଜାର ଟଙ୍କା ନେଇ ୩ ଟି ବାଇକ ଯୋଗେ ସେଠାରୁ ଅଇଁଠାପାଲି ଜାତୀୟ ରାଜପଥ ଆଡ଼କୁ ଫେରାର ହୋଇଯାଇଥିଲେ । ” ସମ୍ବଲପୁର ମଣପୁରମ ଫାଇନାନ୍ସରୁ ଲୁଟ ଘଟଣାରେ ୨ ଡକାୟତଙ୍କ ଫଟୋ ଜାରି କରିଛି ପୋଲିସ । ଏକ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା।