Onn 3

ବାହାନଗା ଟ୍ରାଜେଡି: ବଞ୍ଚିଗଲେ ନେପାଳର ଯୁବକ, ୫ ଦିନ ପରେ ମିଳିଲା ପୁଅ

State

କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ନେଇଛି ଶତାଧିକ ଜୀବନ । ହଜାର ହଜାର ଯାତ୍ରୀ ଆହତ ହୋଇଛନ୍ତି । ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ନେପାଳର ଯୁବକ । ଖୋଜି ଖୋଜି ୫ ଦିନ ପରେ ପୁଅ ପାଖରେ ପହଞ୍ଚିଛନ୍ତି ପରିବାର ଲୋକ । ପାଞ୍ଚ ଦିନ ହେବ ବାଲେଶ୍ୱରରୁ ଭୁବନେଶ୍ୱର ଯାଏ ୧୫ ବର୍ଷର ପ୍ରେମାନନ୍ଦଙ୍କୁ ଖୋଜୁଥିଲେ ବାପା ମାଆ ।

କିନ୍ତୁ କୌଣସି ଖୋଜ ଖବର ପାଉ ନଥିଲେ । ଶେଷରେ ଓଡ଼ିଶା ହେଲ୍‌ପ ଡେସ୍କ ସହାୟତାରେ ପୁଅ ପାଖରେ ପହଞ୍ଚିଛନ୍ତି ବାପା ମାଆ । ପ୍ରେମାନନ୍ଦ ଏବେ କଟକ ଏସସିବିର ଟ୍ରମା ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ପୁଅକୁ ପାଇ ପରିବାର ଲୋକ ଭାରି ଖୁସି । ନିଜ ସମ୍ପର୍କୀୟଙ୍କୁ ଦେଖି ପ୍ରେମାନନ୍ଦ ବି ଖୁସି ।