Img 20241231 Wa0168

ସଚ୍ଚିଦାନନ୍ଦ ଗୁରୁକୁଳରେ ବାର୍ଷିକ ଉତ୍ସବ, କୃଷ୍ଣା ତନୟା ଓ ଏ ଏସ ଅନୁମିତାଙ୍କୁ ମିଳିଲା ଶ୍ରେଷ୍ଠ ବିଦ୍ୟାର୍ଥୀ ପୁରସ୍କାର

State

ବାରିପଦା: ସ୍ଥାନୀୟ ମୁର୍ଗାବାଡି ସ୍ଥିତ ସଚ୍ଚିଦାନନ୍ଦ ଗୁରୁକୁଳରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଉକ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପୁର୍ବତନ ରାଜ୍ୟସଭା ସାଂସଦ ବୀରଭଦ୍ର ସିଂ, ରାଉଲକେଲା ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟ, ଗୁରୁକୁଳର ଆଇମାଆ ସ୍ନେହଲତା ବେହେରା, ଅଧ୍ୟକ୍ଷ ଅଜିତ୍ କୁମାର ବେହେରା, ବରିଷ୍ଠ ସାମ୍ବାଦିକ କବି ବିଷ୍ଣୁ ଶତପଥୀ ଦ୍ଵୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ l

ମୁଖ୍ୟ ଅତିଥି ବାରିପଦା ବିଧାୟକ ପ୍ରକାଶ ସୋରେନ , ୱାର୍ଡ କାଉସିଲର ଲକ୍ଷ୍ମୀଧର ହାବଡା , ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆ, ଓ ଆର ଡି ସଂସ୍ଥାର ଅଧ୍ୟକ୍ଷ ସାଇ ପ୍ରକାଶ ମହାନ୍ତି , ଟ୍ରଷ୍ଟି ଉର୍ମିଳା ବେହେରା, ଟ୍ରଷ୍ଟି ସବ୍ୟସାଚୀ ପଳେଇ, ଟ୍ରଷ୍ଟି ବିରଞ୍ଚି ନାରାୟଣ ବେହେରା, ଅଧ୍ୟାପକ ପ୍ରଦୀପ ସାହୁ ବିଭିନ୍ନ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କୃତ ପ୍ରଦାନ କରିବା ସହିତ ଶିକ୍ଷକ କୈଳାସ ଚନ୍ଦ୍ର ଦାଶ , ନୃତ୍ୟଗୁରୁ ଦିପୁ ଧଡା ଏବଂ ଉତ୍ତମପିତା ଓ ଉତ୍ତମମାତା ସମ୍ମାନ ଯଥାକ୍ରମେ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ଭାରତୀ ମହାନ୍ତଙ୍କୁ ମଞ୍ଚରେ ସମ୍ମାନୀତ କରିଥିଲେ l କୃଷ୍ଣା ତନୟା ନାୟକ ଓ ଏ ଏସ ଅନୁମିତାଙ୍କୁ ଶେଷ୍ଠ ବିଦ୍ୟାର୍ଥୀ, ସଞ୍ଜୀବ ମହାନ୍ତଙ୍କୁ ଶ୍ରେଷ୍ଠ ସେବକ, ଶ୍ରେଷ୍ଠ ଶୃଙ୍ଖଳିତ ବିଦ୍ୟାର୍ଥୀ ଶ୍ରୀୟା ପାତ୍ର ଓ କାଜଲ ମାଝୀଙ୍କୁ ପୁରସ୍କୃତ କରାଯାଇଥିଲା l ଭବେଶ ବେହେରା ଓ ତାଙ୍କ ସାଥୀ, ହରି ପ୍ରକାଶ ରାଉଳ ଓ ସାଥୀ ଏବଂ ହେମନ୍ତ ଦାଶ ଓ ସାଥୀ ନାଟକ ପ୍ରଦର୍ଶନ କରିଥିଲେ l ବିଷ୍ଣୁପଦ ବେରା ଧନ୍ୟବାଦ୍ ଅର୍ପଣ ଥିଲେ l ସୌମ୍ୟ ସିଂ, ପଲକ ମିଶ୍ର, ସତ୍ୟ ଦାସ, ମାନସ ସାହୁ, ପଦ୍ମାବତୀ ଦାଶ, ପ୍ରମୁଖ ସହଯୋଗ କରିଥଲେ l