Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଆନ୍ତଃ-ବିଶ୍ୱବିଦ୍ୟଳୟ ସାହିତ୍ୟ ପ୍ରତିଯୋଗିତା

State

ବାରିପଦା : ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟଳୟର ଅନୁବନ୍ଧିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘ନୂଆ-ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦିଗ୍‌ଦର୍ଶନରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ ଓଡ଼ିଆ କବିତା ରଚନା, ଓଡ଼ିଆ ପ୍ରବନ୍ଧ ରଚନା, ସୁନ୍ଦର ଓଡ଼ିଆ ହସ୍ତାକ୍ଷର, ଓଡ଼ିଆ ତର୍କ, କ୍ଷୁଦ୍ର ନାଟକ, ଏକକ ଅଭିନୟ, ସାଧାରଣ ଜ୍ଞାନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ ଓଡ଼ିଆ ପ୍ରବନ୍ଧ ରଚନାରେ ନୁଦଡିହାସ୍ଥିତ ମେଘାସନ ମହାବିଦ୍ୟାଳୟର ଛାତ୍ରୀ ଭାରତୀ ଦାସ ପ୍ରଥମ, ବେତନଟୀ ମହାବିଦ୍ୟାଳୟର ଛାତୀ ଶୁଭଶ୍ରୀ ମହାନ୍ତ ଦ୍ୱିତୀୟ, ଝାରପୋଖରିଆସ୍ଥ ସୀମାନ୍ତ ମହାବିଦ୍ୟାଳୟର ଛାତ୍ରୀ ଶକୁନ୍ତଳା ହେମ୍ବ୍ରମ ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟଳୟର ଛାତ୍ରୀ ଲୋପାମୁଦ୍ରା ମଲ୍ଲିକ ଯୁଗ୍ମ ଭାବେ ତୃତୀୟସ୍ଥାନ ଅଧିକାର କରିଛନ୍ତି । ସେହିପରି କବିତା ଲିଖନ ପ୍ରତିଯୋଗିତାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟଳୟର ଛାତ୍ରୀ ସ୍ମୃତିସ୍ମିତା ଦାସ ପ୍ରଥମ, କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସାଗରିକା ପଟ୍ଟନାୟକ ଦ୍ୱିତୀୟ, ଗଡ଼ିଆ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରୀ ସଂଧ୍ୟାରାଣୀ ବେହେରା ଓ ନଳଗଜା ଉପେନ୍ଦ୍ରନାଥ ମହାବିଦ୍ୟାଳୟର ଛାତ୍ର ତନ୍ମୟ ମହାନ୍ତି ଯୁଗ୍ମଭାବରେ ତୃତୀୟସ୍ଥାନ ଅଧିକାର କରିଛନ୍ତି । ସୁନ୍ଦର ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତାରେ ଉଦଳା ମହାବିଦ୍ୟାଳୟର ଛାତ୍ର ଦୀପକ ବିଶ୍ୱାଳ ପ୍ରଥମ, ବାରିପଦା ସ୍ନାତକ ମହାବିଦ୍ୟାଳୟର ଛାତ୍ର ନାରାୟଣ ସିଂ ଦ୍ୱିତୀୟ, ଯଶିପୁର ମହାବିଦ୍ୟାଳୟର ଛାତ୍ର ଅନନ୍ତ ମୁର୍ମୁ ଓ ସୀମାନ୍ତ ମହାବିଦ୍ୟାଳୟର ଛାତ୍ର କାପୁର ବାସ୍କେ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଓଡ଼ିଆ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟଳୟର ଛାତ୍ର ସୁବାସ କୁମାର ଦତ୍ତ ଓ ବୁଲୁ ଭୋଇ ଯୁଗ୍ମ ଭାବରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଗାୟତ୍ରୀ ବେରା ଦ୍ୱିତୀୟ, ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀ ଉଷସୀ ବେହେରା, ଖୁଣ୍ଟା ସ୍ନାତକ ମହାବିଦ୍ୟାଳୟର ଛାତ୍ରୀ ସୁଦୀପା ସାହୁ, ବୈଶିଙ୍ଗା ମହାତ୍ମାଗାନ୍ଧୀ ମହାବିଦ୍ୟାଳୟର ଛାତ୍ରୀ ଦେବସ୍ମିତା ସିଂ ମିଳିତ ଭାବରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସମ୍ମିଳିତ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ବାରିପଦା ସ୍ନାତକ ମହାବିଦ୍ୟାଳୟର ତୁଷାର କାନ୍ତି ଦାସ ଓ ସାଥିମାନେ ପ୍ରଥମ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟଳୟର ରୁଦ୍ରନାରାୟଣ ପାଣିଗ୍ରାହୀ ଓ ସାଥିମାନେ ଦ୍ୱିତୀୟ ଏବଂ ବାରିପଦା ସ୍ନାତକ ମହାବିଦ୍ୟାଳୟର ଛାତ୍ରୀ ଦୀପ୍ତିସ୍ମିତା ସାହୁ ଓ ସାଥିମାନେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏକକ ଅଭିନୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟଳୟର ଛାତ୍ର ସୌମ୍ୟସୁନ୍ଦର ସାହୁ ପ୍ରଥମ, ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀ ଲିଲିମଣି ମୁଣ୍ଡା ଦ୍ୱିତୀୟ, ବୈଶିଙ୍ଗା ମହାତ୍ମାଗାନ୍ଧୀ ମହାବିଦ୍ୟାଳୟର ଛାତ୍ରୀ ନାଗେଶ୍ୱରୀ ଦାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଓଡ଼ିଆ ତର୍କ ପ୍ରତିଯୋଗିତାରେ ଖୁଣ୍ଟା ମହାବିଦ୍ୟାଳୟର ଛାତ୍ର ସତ୍ୟନାରାୟଣ ସାହୁ ପ୍ରଥମ, ଝାରପୋଖରିଆ ସୀମାନ୍ତ ମହାବିଦ୍ୟାଳୟର ଛାତ୍ରୀ ପ୍ରୀତିପ୍ରଜ୍ଞା ପାତ୍ର ଦ୍ୱିତୀୟ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟଳୟର ଛାତ୍ର ଅଙ୍କିତ ରାଉତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଏହି ପ୍ରତିଯୋଗିତା ଗୁଡ଼ିକରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରତ୍ୟେକ ବିଭାଗରୁ ଜଣେ ଲେଖାଏଁ ପ୍ରତିଯୋଗୀଙ୍କୁ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟଳୟରେ ଆସନ୍ତା ୨୯ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବା ପାଇଁ ବିଶ୍ୱବିଦ୍ୟଳୟ ତରଫରୁ ପ୍ରେରଣ କରାଯିବ । ବିଶ୍ୱବିଦ୍ୟଳୟ ସାଂସ୍କୃତିକ କମିଟିର ମୁଖ୍ୟ ତଥା ଓଡ଼ିଆ ଭାଷା ସାହିତ୍ୟ କମିଟିର ଅଧ୍ୟକ୍ଷା ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ଡ. ମୋନାଲି ଗୋସ୍ୱାମୀ, ଡ. ପ୍ରିୟଙ୍କା ଦାସ, ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ଯତୀନ୍ଦ୍ରନାଥ ବେଶ୍ରା, ଡ. ବିଚିତ୍ରନାଥ ସାହୁ, ଡ. ଶକ୍ତିଶଙ୍କର ଦଣ୍ଡପାଟ, ଡ. ଶାନ୍ତିସ୍ୱରୁପ ବଶା, ଡ. ଭୋଳାନାଥ ଦାଶ, ଡ. ବିନ୍ଧେଶ୍ୱରୀ କଲିଆ, ଶ୍ରୀ ରାଜକୁମାର ପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତା ଗୁଡ଼ିକରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆସନ୍ତା ୨୯ ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ବିଭିନ୍ନ ପ୍ରତିଯୋଗିତା ଓ ଆଲୋଚନାଚକ୍ରମାନ ଅନୁଷ୍ଠିତ ହେବ । ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଦ୍‌ଯାପନୀ ସମାରୋହରେ କୃତି ପ୍ରତିଯୋଗୀମାନକୁ ପୁରସ୍କୃତ କରାଯିବ ।