Img 20240303 Wa0065

ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହେଲା ପଲ୍ସ ପୋଲିଓ ଟିକାକରଣ ଅଭିଯାନ

State

୨.୨୪ ଲକ୍ଷ ରୁ ଅଧିକ ଶିଶୁଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛି ପ୍ରଶାସନ

ମୟୂରଭଞ୍ଜ : ଆଜି ସମଗ୍ର ଜିଲ୍ଲାରେ ଆରମ୍ଭ ହୋଇଛି ପଲ୍ସ ପୋଲିଓ ଟିକାକରଣ ଅଭିଯାନ I ଜିଲ୍ଲାର ସଦର ମହକୁମା ବାରିପଦାର ଦେବେନ୍ଦ୍ରପୁର ସ୍ଥିତ ଜନସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରବିବାର ଦିନ ସକାଳ ୮ଟାରେ ଏହି ଅଭିଯାନକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ସ୍ୱତନ୍ତ୍ର ଉନ୍ନୟନ କର୍ତୃପକ୍ଷର ଅଧ୍ୟକ୍ଷ ଡଃ ଦେବାଶିଷ ମାର୍ଣ୍ଡି I ସୂଚନା ଥାଉକି, ଏହି ଟିକାକରଣ ଅଭିଯାନ ତିନି ଦିନ ଧରି ଚାଲିବ। ଏହି ପରିପ୍ରେକ୍ଷୀରେ ଆଜି ପ୍ରଥମ ଦିନରେ ଜିଲ୍ଲାର ପ୍ରତି ବ୍ଲକରେ ସ୍ଥାପିତ ବୁଥଗୁଡିକରେ ଜନ୍ମରୁ ପାଞ୍ଚ ବର୍ଷ ପିଲାମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବାର ବ୍ୟବସ୍ଥା କରା ଯାଇଅଛି।

ଏଥି ନିମନ୍ତେ ଜିଲ୍ଲାରେ ୧୧୭୦ଟି କେନ୍ଦ୍ରରେ ୨୩୪୦ଟି ଟିମ୍ ଗଠନ କରାଯାଇଛି ସେହି ଟିମରେ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ରହି ପିଲାମାନଙ୍କୁ ପୋଲିଓ ବୁନ୍ଦା ଦେବା ସହିତ ୪ ଓ ୫ ତାରିଖ ଦିନ ସ୍ୱାସ୍ଥ୍ୟ କର୍ମଚାରୀମାନେ ଘରକୁ ଘର ବୁଲି ପିଲା ଚିହ୍ନଟ କରି ପିଲାଙ୍କୁ ପୋଲିଓ ବୃନ୍ଦା ଦେବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ଏନ.ଜି.ଓ ଆଦିଙ୍କୁ ଅଭିଯାନ କୁ ସଫଳ କରିବା ଏବଂ ଟିକାକରଣରୁ କୌଣସି ଶିଶୁ ଯେପରି ବାଦ ନ ପଡନ୍ତି ସେଥି ପ୍ରତି ଧ୍ୟାନ ଦେବା ପାଇଁ ଅନୁରୋଧ କରାଯାଇଅଛି I ଏହି ଅଭିଯାନ ଅନ୍ତର୍ଗତ ଜିଲ୍ଲାର ୨.୨୪ ଲକ୍ଷରୁ ଅଧିକ ଜଣ ଶିଶୁଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି I ଏହି ଅବସରରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ଃ ଅଭୟ କୁମାର ଦାଶ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ, ଡଃ ସୁନନ୍ଦା ମିଶ୍ର, ବରିଷ୍ଠ ଚିକିତ୍ସା ଅଧିକାରୀ (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ), ଡଃ ସନ୍ତୋଷ ସାହୁ, ଡିପିଏମ, ଡଃ ପ୍ରଭୁ ପ୍ରତ୍ୟନ୍ତ ପତି, ଡ଼ିଭିଏଲଏମ, ଶ୍ରୀ ଉମାଶଙ୍କର ମୁଖି ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ |