Img 20240303 Wa0121

ପ୍ରାର୍ଥୀଙ୍କ ନିର୍ଵାଚନ ଖର୍ଚ୍ଚ ତଦାରଖ ସମ୍ପର୍କିତ ବୈଠକ

State

ନିର୍ବାଚନ ସ୍ୱଚ୍ଛ ଓ ଶାନ୍ତି ପୂର୍ଣ୍ଣ ଭାବରେ ସମ୍ପାଦନା କରିବାପାଇଁ ପରାମର୍ଶ ଦେଲେ ଅତିରିକ୍ତ ଜିଲ୍ଲାପାଳ

ମୟୂରଭଞ୍ଜ : ଚଳିତ ବର୍ଷ ସାଧାରଣ ନିର୍ବାଚନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଙ୍କ କାର୍ଯ୍ୟାଳୟରେ ଶନିବାର ଦିନ ପ୍ରାର୍ଥୀଙ୍କ ନିର୍ଵାଚନ ଖର୍ଚ୍ଚ ତଦାରଖ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ବିଭୁତି ଭୂଷଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଏହି ବୈଠକକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଶ୍ରୀ ମଲ୍ଲିକ ଉପସ୍ଥିତ ସମସ୍ତ ରାଜନେତା ଏବଂ ଅଧିକାରୀଗଣଙ୍କୁ ଆଗାମୀ ନିର୍ବାଚନ ସ୍ୱଚ୍ଛ ଓ ଶାନ୍ତି ପୂର୍ଣ୍ଣ ଭାବରେ ସମ୍ପାଦନା କରିବାପାଇଁ ପରାମର୍ଶ ଦେଇଥିଲେ ଏବଂ ଏଥି ସହିତ, ନିର୍ବାଚନ ସମୟରେ ପ୍ରଚାର ପ୍ରସାର, ଯାନବାହାନ, ପ୍ରାର୍ଥୀ ମାନଙ୍କ ଖର୍ଚ ସୀମା ଓ ପ୍ରିଣ୍ଟିଂ ବ୍ୟାନର, ଅର୍ଥ ବିନିଯୋଗ, ଖାଦ୍ୟପେୟ ରେ ଖର୍ଚ୍ଚ ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି ନିର୍ବାଚନ କୁ ସ୍ୱଚ୍ଛ ଭାବେ ସମ୍ପାଦନା କରାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଇତ୍ୟବସରରେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ରଜନୀକାନ୍ତ ସ୍ୱାଇଁ, ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ, ପରିବହନ ଅଧିକାରୀ ଶ୍ରୀ ବିସ୍ବରାଜ ବେହେରା, ବାରିପଦା ଡେପୁଟି କଲେକ୍ଟର (ଇଲେକ୍ସନ), ଶ୍ରୀ ଦୁର୍ଗା ଚରଣ ମୁର୍ମୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ସମେତ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ସମସ୍ତ କର୍ମକର୍ତା ଉପସ୍ଥିତ ଥିବାର ସୂଚନା ପ୍ରକାଶ ।