Dgdf

ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତ ରତ୍ନ ପ୍ରଦାନ ପ୍ରସଙ୍ଗ, X (ଟ୍ୱିଟ) ଯୋଗେ ମହାମହିମ ରାଷ୍ଟ୍ରପତିଙ୍କୁ ଅନୁରୋଧ

State

ମାର୍ଚ୍ଚ ୧୧(ସୋମବାର) ଦିନ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା-ଭଞ୍ଜସେନା ଆଦିବାସୀ ଶାଖା

ବାରିପଦା: ସର୍ବଭାରତୀୟ ସ୍ତରରେ ଅଲଚିକି ଭାଷାର ସ୍ରଷ୍ଟା ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ “ଭାରତ ରତ୍ନ” ପ୍ରଦାନ କରିବାକୁ ଆଜି ମୟୁରଭଞ୍ଜ ଜିଲ୍ଲାର ଏକମାତ୍ର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଟ୍ୱିଟ(x) ଯୋଗେ ଭାରତବର୍ଷର ମହାମହିମ ରାଷ୍ଟ୍ରପତି ମହୋଦୟାଙ୍କୁ ଅନୁରୋଧ କରିଛନ୍ତି ଏବଂ ତାଙ୍କ ସହିତ ଭାରତବର୍ଷ ର ମାନ୍ୟବର ପ୍ରଧାନମନ୍ତ୍ରୀ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁ ଙ୍କୁ ମଧ୍ୟ ଅବଗତ କରିଛନ୍ତି |

ସେହି ପରିପ୍ରେକ୍ଷୀରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତରତ୍ନ ପ୍ରଦାନ ଦାବୀ ନେଇ ଚଳିତ ମାର୍ଚ୍ଚ ମାସ ୧୧ତାରିଖ ସୋମବାର ଦିନ ସଖାଳ ୯ ଘଟିକା ଠାରୁ ଭଞ୍ଜସେନା, ଜିଲ୍ଲା ଆଦିବାସୀ ଶାଖା ପକ୍ଷରୁ ବାରିପଦା ସ୍ଥିତ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଏହି ଧାରଣା କାର୍ଯ୍ୟକ୍ରମ ରେ ସମଗ୍ର ଜିଲ୍ଲାରୁ ବହୁ ଆଦିବାସୀ ପୁରୁଷ ଓ ମହିଳା ଉଭୟ ଆଦିବାସୀ ବେଶ ପୋଷାକରେ ସାମିଲ ହେବେ ବୋଲି ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା ସୂଚନା ପ୍ରଦାନ କରିଛନ୍ତି ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |