Whatsapp Image 2024 03 03 At 2.30.16 Pm

ଗୀତି ଗଙ୍ଗୋତ୍ରୀ ଗୀତି କବିତା ଆସର

State

ବାରିପଦା: ଗୀତି ଗଙ୍ଗୋତ୍ରୀ ତ୍ରୈମାସିକ ସାହିତ୍ୟ ପତ୍ରିକା ଆନୁକୂଲ୍ୟରେ ତା. ୦୨.୦୩.୨୦୨୪ ରିଖ ଶନିବାର ଦିନ ବାରିପଦାସ୍ଥ ସ୍ୱାଗତିକା ସମ୍ମିଳନୀ କକ୍ଷରେ ବାରିପଦାର ଗୀତି କବି ମାନଙ୍କୁ ନେଇ ଏକ ଗୀତି କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ଉତ୍ସବରେ ବାରିପଦାର ପ୍ରବୀଣ ଗୀତି କବି ସଂଗ୍ରାମ କେଶରୀ ମହାନ୍ତି ସଭାପତିତ୍ୱ କରିଥିଲେ ଏବଂ ଗୀତି ଗଙ୍ଗୋତ୍ରୀ ପତ୍ରିକାର ମୁଖ୍ୟ ସମ୍ପାଦକ ପ୍ରାଧ୍ୟାପକ ଅଜୟ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଗୀତି କବିତା ବିଷୟରେ ଅନୁଷ୍ଠିତ ଆଲୋଚନାରେ ଅଂଶ ଗ୍ରହଣ କରି ପ୍ରାଧ୍ୟାପକ ସୁନୀଲ କୁମାର ଜେନା ଓଡ଼ିଆ ଗୀତି ସାହିତ୍ୟକୁ ମୟୂରଭଞ୍ଜର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଶ୍ରୀ ଶାନ୍ତନୁ କୁମାର ସିଂହ, ଗୀତି କବି ଅନୀଲ ପଟ୍ଟନାୟକ, ସ୍ୱରୂପ କୁମାର ପଟ୍ଟନାୟକ, ଶଙ୍କର ଜେନା, ବନାମାଳି ପାତ୍ର ପ୍ରମୁଖ ସଫଳ ଗୀତି କବିତା ରଚନା ପ୍ରସଙ୍ଗରେ ଆଲୋଚନା କରିବା ସହିତ ଗୀତି କବିତାର ବିଭିନ୍ନ ଦିଗ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ମୁଖ୍ୟ ଅତିଥି ପ୍ରାଧ୍ୟାପକ ଅଜୟ କୁମାର ମହାନ୍ତି ଓଡ଼ିଆ ଗୀତି କବିତାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ବିଷଦ ଆଲୋଚନା କରିବା ସହିତ ଗୀତି କବିତାର ସାହିତ୍ୟିକ ମୂଲ୍ୟବୋଧ, ବ୍ୟାକରଣ, ଛନ୍ଦ, ତାଳ ଓ ଲୟ ଇତ୍ୟାଦି ଉପରେ ବିଷଦ ଆଲୋଚନା କରିଥିଲେ । ସଭାପତି ସଂଗ୍ରାମ ମହାନ୍ତି ଗୀତି କବିତା ଗୁଡିକର ସମୀକ୍ଷା କରିଥିଲେ । ଏହି ଅବସରରେ କବୟତ୍ରୀ ବାସନ୍ତୀଲତା ମହାପାତ୍ର ଏବଂ ଗୀତିକବି ଅଜିତ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମରେ ଶ୍ରୀ ନରସିଂହ ବାରିକ, ଗୋପାଳ ଚନ୍ଦ୍ର ସାଓ, ଜୟରାମ ସିଂ, ଶଙ୍କର ଜେନା, ବିରଜା ଦେବୀ, ଗୀତାରାଣୀ ସାହୁ, ସୁଦର୍ଶନ ଦାଶ, କାବେରୀ ମିଶ୍ର, ମିତାରାଣୀ ସାହୁ, ଭାସ୍ୱତୀ ପଣ୍ଡା, ଦୋଳଗୋବିନ୍ଦ ମହାନ୍ତ, ସୁନୀଲ ଜେନା, ବନମାଳି ପାତ୍ର, ବାସନ୍ତୀଲତା ମହାପାତ୍ର, ସଂଜୀବ ପାଣିଗ୍ରାହୀ ପ୍ରମୁଖ ଗୀତି କବି ମାନେ ସ୍ୱରଚିତ ଗୀତି କବିତା ମାନ ପାଠ କରିଥିଲେ । ବରିଷ୍ଠ ଗୀତି କବି ବନମାଳି ପାତ୍ର ମଞ୍ଚ ଆମନ୍ତ୍ରଣ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଜୀବ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।