Onn 3

କ୍ରୀଡ଼ାବିତ୍ ପ୍ରଫୁଲ୍ଲ କୁମାର ସିଂହଙ୍କ ସ୍ମୃତିଚାରଣ

State

ନିଶ୍ଚିନ୍ତକୋଇଲି : ଅସୁରେଶ୍ୱର ପଞ୍ଚାୟତ ପୁବଂଶ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ କ୍ରୀଡ଼ାବିତ୍ ସ୍ୱର୍ଗତ ପ୍ରଫୁଲ୍ଲ କୁମାର ସିଂହଙ୍କ ଏକାଦଶାହ ସ୍ମୃତିସଭା ଅନୁଷ୍ଠିତ ହୋଇଛି । ସାମ୍ବାଦିକ ସୀତାନାଥ ସିଂହଙ୍କ ପୌରହିତ୍ୟରେ ଏଥ୍‌ôରେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବିଜେଡ଼ି ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ଯୁବନେତା ପ୍ରମୋଦ ସ୍ୱାଇଁ, ସରପଞ୍ଚଙ୍କ ପ୍ରତିନିଧି ଅନନ୍ତ କୁମାର ଦାସ, ପୂର୍ବତନ ସମିତିସଭ୍ୟ ଅନନ୍ତକୁମାର ସିଂ,ଯୁବ ବିଜେଡ଼ି ଜିଲ୍ଲା ଉପସଭାପତି ବିନୋଦ ସାମଲ, ନନ୍ଦିନୀ କୁମାର ସିଂହ, ସ୍ୱରୂପ କୁମାର ସିଂହ, ସୁବ୍ରତ କୁମାର ସିଂହ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପ୍ରଫୁଲ୍ଳ ଫୁଟବଲ କ୍ରୀଡ଼ାରେ ରାଜ୍ୟ ସ୍ତରରେ କ୍ରୀଡ଼ା ପ୍ରଦର୍ଶନ କରି ବେଶ ସୁନାମ ଅର୍ଜନ କରିଥିଲେ ।

ତାଙ୍କ ପ୍ରଚେଷ୍ଟାରେ ଅସୁରେଶ୍ୱର ଆଥଲେଟିକ ଆସୋସିଏସନ ଗଠନ କରାଯାଇ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରାଯାଇଥିଲା । କ୍ରୀଡ଼ାବିତ୍ ରୁ ଅନ୍ଧ ମୁକ ବଧିର ବିଦ୍ୟାଳୟରେ ଶିକ୍ଷକତା କରି ଅବସର ଗ୍ରହଣ ପରେ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ ବୋଲି ପ୍ରକାଶ କରି ସ୍ମୃତିଚାରଣ କରିଥିଲେ ।