Xx

ସୁକାନ୍ତ କିଶାର ମହାନ୍ତିଙ୍କ ପୁସ୍ତକ ‘ସାହିତ୍ୟିକ ଡାକ୍ତର ଜୟକୃଷ୍ଣ’ ଉନ୍ମୋଚିତ

State

କଟକ : ବିଶିଷ୍ଟ ବିଜ୍ଞାନ ଲେଖକ ସୁକାନ୍ତ କିଶୋର ମହାନ୍ତିଙ୍କ ରଚିତ ପୁସ୍ତକ ‘ସାହିତ୍ୟିକ ଡାକ୍ତର ଜୟକୃଷ୍ଣ’ ପୁସ୍ତକଟି ବିଜ୍ଞାନ ପ୍ରଚାର ସମିତିର ୭୬ତମ  ପ୍ରତିଷ୍ଠା ଦିବସ ତଥା ପ୍ଲାଟିନମ ଜୁବିଲି ଉଦଯାପନ ସମାରୋହରେ ଉନ୍ମୋଚିତ ହୋଇଯାଇଛି | ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ଅନୁଷ୍ଠିତ  ଏହି ଉତ୍ସବରେ ଡାକ୍ତର ନିତ୍ୟାନନ୍ଦ ସ୍ବାଇଁ ଅଧ୍ୟକ୍ଷତା କରିଥିଲେ |  ପ୍ରାରମ୍ଭରେ ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ ଦୁର୍ଗାପ୍ରସାଦ ବାରିକଙ୍କ ପୌରୋହିତ୍ୟରେ ଉଦ୍ଭିଦ ବିଜ୍ଞାନ ବିଭାଗ ପରିସରରେ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା | ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନର ପ୍ରାକ୍ତନ ପ୍ରଫେସର ଡଃ ସ୍ୱପ୍ନା ମହାପାତ୍ର ପ୍ରକୃତିରେ ଥିବା ବିଭିନ୍ନ ପଦାର୍ଥର ଗଠନ,ପ୍ରକୃତି ଓ ଅବସ୍ଥିତି ସମ୍ବନ୍ଧରେ ସ୍ଲାଇଡ଼ ମାଧ୍ୟମରେ ବର୍ଣ୍ଣନା କରିଥିଲେ  | ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡଃ ସୁରେଖା ସୁନ୍ଦରୀ ସ୍ୱାଇଁ କହିଲେ ସ୍କୁଲ ବା କଲେଜ ରେ ପିଲାଙ୍କୁ ପାଠ ପଢେଇବା ପାଇଁ ଜ୍ଞାନ ସହିତ କୌଶଳ ଜରୁରୀ ବୋଲି କହିଥିଲେ |

ଏହି ଉତ୍ସବରେ ଏକାଧିକ ପୁସ୍ତକ ଉନ୍ମୋଚିତ ହୋଇଥିବା ବେଳେ ବିଜ୍ଞାନ ଲେଖକ ସୁକାନ୍ତ କିଶୋର ମହାନ୍ତିଙ୍କ ରଚିତ ‘ସାହିତ୍ୟିକ ଡାକ୍ତର ଜୟକୃଷ୍ଣ’ ମଧ୍ୟ ଉନ୍ମୋଚିତ ହୋଇଥିଲା | ‘ସାହିତ୍ୟିକ  ଡାକ୍ତର ଜୟକୃଷ୍ଣ’  ପୁସ୍ତକଟିରେ  ପ୍ରଫେସର ଡାକ୍ତର ଜୟକୃଷ୍ଣ ମହାନ୍ତିଙ୍କର  ଜୀବନ ଗାଥା ଓ ତାଙ୍କର ବହୁମୁଖୀ ପ୍ରତିଭା ବିଷୟରେ ଆଲୋଚନା କରାଯାଇଛି |  ପ୍ରଫେସର ଡାକ୍ତର ମହାନ୍ତି ଥିଲେ ଜଣେ କୃତବିଦ୍ୟ ସାହିତ୍ଯ ସାଧକ ବିଶେଷକରି ବିଜ୍ଞାନକୁ ଜନାଭିମୁଖୀ କରାଇବାରେ ସେ ଥିଲେ ସିଦ୍ଧହସ୍ତ | ଚିକିତ୍ସାବିଜ୍ଞାନ ଆଧାରିତ ଗବେଷଣା ଥିଲା ତାଙ୍କର ଅନ୍ଯତମ ପ୍ରଶଂସନୀୟ କୃତି | ଓଡ଼ିଶାର ସାଂପ୍ରତିକ ପିଢି ସହ ପ୍ରଫେସର ଜୟକୃଷ୍ଣ ମହାନ୍ତିଙ୍କୁ ପରିଚିତ କରାଇବାରେ ଏହି ପୁସ୍ତକଟି ଯେ ବିଶେଷଭାବରେ ସହାୟକ ହୋଇପାରିବ  ବୋଲି ଏହି ଅବସରରେ ଲେଖକ ସୁକାନ୍ତ କିଶୋର ମହାନ୍ତି ପ୍ରକାଶ କରିଛନ୍ତି |