Z

ବିଜ୍ଞାନ ପ୍ରଚାର ସମିତିର ପ୍ଲାଟିନମ ଜୁବିଲି ଉଦଯାପନ ସମାରୋହ

State

କଟକ : ବିଜ୍ଞାନ ପ୍ରଚାର ସମିତିର 76 ତମ ପ୍ରତିଷ୍ଠା ଦିବସ ତଥା ପ୍ଲାଟିନମ ଜୁବିଲି ଉଦଯାପନ ସମାରୋହ ଉତ୍ସବ ଡାକ୍ତର ନିତ୍ୟାନନ୍ଦ ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ ଦୁର୍ଗାପ୍ରସାଦ ବାରିକଙ୍କ ପୌରୋହିତ୍ୟରେ ଉଦ୍ଭିଦ ବିଜ୍ଞାନ ବିଭାଗ ପରିସରରେ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।
ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନର ପ୍ରାକ୍ତନ ପ୍ରଫେସର ଡଃ ସ୍ୱପ୍ନା ମହାପାତ୍ର ପ୍ରକୃତିରେ ଥିବା ବିଭିନ୍ନ ପଦାର୍ଥର ଗଠନ,ପ୍ରକୃତି ଓ ଅବସ୍ଥିତି ସମ୍ବନ୍ଧରେ ସ୍ଲାଇଡ଼ ମାଧ୍ୟମରେ ବର୍ଣ୍ଣନା କରିଥିଲେ ।
ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡଃ ସୁରେଖା ସୁନ୍ଦରୀ ସ୍ୱାଇଁ କହିଲେ ସ୍କୁଲ ବା କଲେଜ ରେ ପିଲାଙ୍କୁ ପାଠ ପଢେଇବା ପାଇଁ ଜ୍ଞାନ ସହିତ କୌଶଳ ଜରୁରୀ ବୋଲି କହିଥିଲେ ।
ମୁଖ୍ୟ ଅତିଥିଙ୍କୁ ଡଃ ଗୋକୁଳାନନ୍ଦ ମହାପାତ୍ର ସ୍ମାରକୀ ସମ୍ମାନ ଓ ମୁଖ୍ୟ ବକ୍ତାଙ୍କୁ ଡଃ କୁଳମଣି ସାମଲ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା ।
ଇଂ ମାୟାଧର ସ୍ବାଇଁଙ୍କୁ ପ୍ରଫେସର ବାସୁଦେବ କର ଶିଶୁ ବିଜ୍ଞାନ ସାହିତ୍ୟ ସମ୍ମାନ ଓ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନନ୍ଦା ସାହୁଙ୍କୁ ମହେନ୍ଦ୍ର କାୟସ୍ଥ ପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଥିଲା ।
ଡାକ୍ତର ନିତ୍ୟାନନ୍ଦ ସ୍ବାଇଁ, ଡଃ ସୁବାସିନୀ ଲେଙ୍କା, ଡାକ୍ତର ସଚ୍ଚିଦାନନ୍ଦ ଶତପଥୀ, ଡାକ୍ତର ବରଦା ଚରଣ ମହାନ୍ତିଙ୍କୁ ସର୍ବାଧିକ ପ୍ରବନ୍ଧ ପାଠ ପାଇଁ ସମ୍ମାନିତ କରାଯାଇଥିଲା ।

Xx
ଏହି ପରୀପ୍ରେକ୍ଷୀରେ ଡାକ୍ତର ସଚ୍ଚିଦାନନ୍ଦ ଶତପଥୀଙ୍କ ପରିଚାଳନାରେ ବିଜ୍ଞାନ ପ୍ରଚାର ସମିତି ଓ ବିଦ୍ୟାପୁରୀ ଦ୍ୱାରା ଭିଟାମିନ ଓ ଖଣିଜ ଲବଣ ପୁସ୍ତକ ସହିତ *ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁଙ୍କର ନଅ ଖଣ୍ଡ, ଡଃ ସୁକାନ୍ତ କିଶୋର ମହାନ୍ତି ଙ୍କର ଦୁଇ ଖଣ୍ଡ, ଇଂ ମାୟାଧର ସ୍ବାଇଁଙ୍କର ତିନିଖଣ୍ଡ ପୁସ୍ତକ ସହିତ ଡଃ ଆଶୁତୋଷ ଦେବତା, ଡଃ ଭାରତୀ ବେହେରା, ଡଃ ଜ୍ୟୋସ୍ନା ମହାପାତ୍ର, ଡାକ୍ତର ବରଦା ଚରଣ ମହାନ୍ତି, ଡଃ ଶିବଶଙ୍କର ନାୟକ, ଡାକ୍ତର ସଚ୍ଚିଦାନନ୍ଦ ଶତପଥୀ, ଡଃ କବିତା ପାଟ୍ଟଶାଣୀ, ଶ୍ରୀ ମହେନ୍ଦ୍ର କୁମାର କାୟସ୍ଥ, ଡଃ ସୁବାସିନୀ ଲେଙ୍କା, ଡଃ ମୃଦୁଳା ମିଶ୍ର, ହିମାଂଶୁ ଶେଖର ଫତେସିଂ, ଡାକ୍ତର ନିମାଇଁ ଚରଣ ପରିଜା ଓ ଡାକ୍ତର ପଦ୍ମନାଭ ବେହେରାଙ୍କର ଗୋଟିଏ ଲେଖାଏଁ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା l
ଏସ. ସି. ଵି. ମେଡିକାଲ କଲେଜ, ଏସ. ସି. ଵି. ଡେଣ୍ଟାଲ କଲେଜ, ରେଭେନ୍ସା ଜୁନିଅର କଲେଜ ଏବଂ କଟକ ସହରର ବିଭିନ୍ନ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସଂଗଠନ ସମ୍ପାଦକ ଇଂ ଧୀରେନ୍ଦ୍ର କୁମାର ବିଶ୍ୱାଳଙ୍କ ମାର୍ଗଦର୍ଶନରେ ସମ୍ପାଦକ ଡାକ୍ତର ଦୀପକ ରାଜ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଉପସଭାପତି ଡଃ ସୁବାସିନୀ ଲେଙ୍କା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।  ପ୍ରକାଶନ ସମ୍ପାଦକ ଡାକ୍ତର ସଚ୍ଚିଦାନନ୍ଦ ଶତପଥୀ ପୁସ୍ତକ ଉନ୍ମୋଚନ ପରିଚାଳନା କରିଥଲାବେଳେ ସହ ସଂଗଠନ ସମ୍ପାଦକ ଶ୍ରୀ ନିରଞ୍ଜନ ପାତ୍ର ଓ ଡଃ ହେମନ୍ତ କୁମାର ପରିଡା ପୁରସ୍କାର ଓ ସମ୍ମାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଶ୍ରୀ ଅରବିନ୍ଦ କର ମାନପତ୍ର ପାଠ କରିଥିଲେ । ଶ୍ରୀମତୀ କବିତା ପାଟ୍ଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଅପରାହ୍ଣ ଅଧିବେଶନରେ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀଙ୍କ ସଭାପତିତ୍ବରେ ପ୍ରବନ୍ଧ ପାଠ କାର୍ଯ୍ୟକ୍ରମ ରେ ଡଃ ଆଶୁତୋଷ ଦେବତା, ଡାକ୍ତର ସଚ୍ଚିଦାନନ୍ଦ ଶତପଥୀ, ଡଃ ସୁବାସିନୀ ଲେଙ୍କା, ଡାକ୍ତର ପଦ୍ମନାଭ ବେହେରା, ଡଃ ଭାରତୀ ବେହେରା, ଡାକ୍ତର ବରଦା ଚରଣ ମହାନ୍ତି, ଶ୍ରୀ ମହେନ୍ଦ୍ର କୁମାର କାୟାସ୍ଥ, ଶ୍ରୀ ସୁକାନ୍ତ କିଶୋର ମହାନ୍ତି,ଡାକ୍ତର ନିତ୍ୟାନନ୍ଦ ସ୍ବାଇଁ, ଡଃ ଦେବେନ୍ଦ୍ରନାଥ ସାହୁ, ଇଂ ମାୟାଧର ସ୍ବାଇଁ ପ୍ରମୁଖ ସଭ୍ୟମାନେ ବିଜ୍ଞାନ ପ୍ରବନ୍ଧ ମାନ ପାଠ କରିଥିଲେ ।
ପ୍ରଫେସର ପ୍ରଭାତ କୁମାର ମିଶ୍ର, ପ୍ରଫେସର କର୍ମଦେବ ମହାରଣା,ବିଦ୍ୟାପୁରୀର ସତ୍ବାଧୀକାରୀ ଜୀବାନନ୍ଦ ମିଶ୍ର, ପ୍ରଫୁଲ୍ଲ କୁମାର ବେହେରା, ଡଃ ଜ୍ୟୋତିର୍ମୟୀ ଉଦଗାତା ପ୍ରମୁଖ ପ୍ରାୟ 50 ଜଣ ସଭ୍ୟ ଉପସ୍ଥିତ ଥିଲେ ।