Img 20240807 Wa0204

ଜାତୀୟ ତମାଖୁ ନିୟନ୍ତ୍ରଣ ଆଇନ ଶୃଙ୍ଖଳା ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

State

ବାରିପଦା: ଜାତୀୟ ତମାଖୁ ନିୟନ୍ତ୍ରଣ ପ୍ରାଧିକରଣ ଅନ୍ତର୍ଭୁକ୍ତ ଆଇନ ଶୃଙ୍ଖଳା ପରିପ୍ରେକ୍ଷୀରେ ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଡ୍ରଗ୍ କଣ୍ଟ୍ରୋଲ୍ ୟୁନିଟ୍, ମୟୂରଭଞ୍ଜ ମଣ୍ଡଳର ମିଳିତ ଆନୁକୂଲ୍ୟରେ ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ଅଭୟ କୁମାର ଦାଶ ଏବଂ ଆଇଏଏସ ଶିକ୍ଷାନବୀଶ, ଆଶନି ଏଏଲ ଯୋଗ ଦେଇଥିଲେ। ନିଜ ଅବିଭାଷଣରେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ କହିଥିଲେ,”ତମାଖୁ ଏବଂ ଗୁଟଖା ଆଜିକାଲି ସମାଜରେ ବିରାଟ କାୟା ବିସ୍ତାର କରିଛି। ଦୁର୍ଗମ ଗାଁ ଗହଳି ଠାରୁ ଆରଂଭ କରି ସହରରେ ମଧ୍ୟ ଏହି ନିଶାର ଶିକାର ସମସ୍ତେ ହେଉଛନ୍ତି… ଛୋଟ ଛୁଆ ମଧ୍ୟ ଏହି ନିଶା ଦ୍ରବ୍ୟର ପ୍ରଭାବରେ କବଳିତ। ଆମ ଜିଲ୍ଲାରେ ମଧ୍ୟ ଏହାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି କିନ୍ତୁ ପ୍ରଭାବିତ ମାନେ ଏହାର ଉଚିତ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ ଏବଂ କ୍ୟାନ୍ସର ଭଳି କଷ୍ଟସାଧ୍ୟ ରୋଗ ଦାଉରୁ ବଂଚିତ ରହିବ ଆବଶ୍ୟକ।” ଏହି ଶିବିରରେ ମୟୂରଭଞ୍ଜ ମଣ୍ଡଳ ଡ୍ରଗ କଣ୍ଟ୍ରୋଲର, ଶ୍ରୀ ରୁଦ୍ର ନାରାୟଣ ସାହୁ ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଅବକାରୀ ଅଧିକାରୀ ମାନଙ୍କୁ ଏହି ତମାଖୁ ନିୟନ୍ତ୍ରଣ ପ୍ରାଧିକରଣ ଆଇନ ଶୃଙ୍ଖଳା ବିଷୟରେ ଅବଗତ କରାଇଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡଃ ଜ୍ଞାନେନ୍ଦ୍ର କୁମାର ମହାନ୍ତିଙ୍କ ଦ୍ୱାରା ଜିଲ୍ଲାରେ ହୋଇଥିବା ଡ୍ରଗ ସଚେତନତା ଅଭିଯାନ ବିଷୟରେ ଆଲୋକପାତ କରା ଯାଇଥିଲା। ସୂଚାନନ ଅନୁସାରେ, ଏହି ଅଭିଯାନ ୧୭୮ଟି ହାଇସ୍କୁଲ , ୧୨ଟି କଲେଜରେ ହୋଇ ଆସୁଛି ଏବଂ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଅଭିଯାନ ଚଳାଇବା ପାଇଁ ଉଦ୍ୟମ ଜାରି ରହିଛି। ଏହି ଅଭିଯାନରେ ୫୪୬ ଜଣ ଶିକ୍ଷକ ପ୍ରଶିକ୍ଷିତ ହୋଇଥିବା ବେଳେ ସଂକ୍ରମଣ କର୍କଟ କୋଷ କେନ୍ଦ୍ରରେ ୧୦୯୮୩ ଜଣଙ୍କୁ ପରାମର୍ଶ ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଛି, ଫଳ ସ୍ୱରୂପ ୨୭୪୨ ଜଣ ସମ୍ପୂର୍ଣ୍ଣ ରୂପେ ତମାଖୁ ସେଵନ ଠାରୁ ଦୁରେଇ ଯାଇଛନ୍ତି। ଏହି ଅଭିଯାନକୁ ସଫଳ କରିବା ପାଇଁ ଗଣମାଧ୍ୟମ ଏବଂ ଲୋକ ସମ୍ପର୍କର ବିଶେଷ ଆବଶ୍ୟକତା ଅଛି ବୋଲି ଡଃ ମହାନ୍ତି କହିଥିଲେ। ଏହି ଶିବିରରେ ଜିଲ୍ଲାର ସମସ୍ତ ଅବକାରୀ ଅଧିକାରୀ, ଜିଲ୍ଲା ଶିକ୍ଷା ବିଭାଗୀୟ ଅଧିକାରୀ, ବିଭିନ୍ନ ତମାଖୁ ବର୍ଜନ ସ୍ଵେଚ୍ଛାସେବି ସଂଗଠନ ଏବଂ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ମାନେ ଉପସ୍ଥିତ ଥିବାର ସୂଚନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ।