Onn 3

ଜିଲ୍ଲା ସ୍ତରୀୟ ଆନ୍ତଃ କ୍ଲବ (ସ୍କୁଲ) କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ପଞ୍ଜିକରଣ

State

ବାରିପଦା : ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଜିଲ୍ଲା ସ୍ତରୀୟ ଆନ୍ତଃ କ୍ଲବ (ସ୍କୁଲ)କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୧୬ ରୁ ୩୧ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଟୁର୍ଣ୍ଣାମେଣ୍ଟରେ କେବଳ ୭ମ ରୁ ୧୦ମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଅଂଶ ଗ୍ରହଣ କରିପାରିବେ I ଇଛୁକ ଖେଳାଳି ନିଜର ଡିଜିଟାଲ ଜନ୍ମ ପ୍ରମାଣ ପତ୍ର, ଆଧାର କାର୍ଡ, ସ୍କୁଲ ପରିଚୟ ପତ୍ର ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ପ୍ରିନ୍ସପାଲ ଙ୍କର ଘୋଷଣା ଚିଠି ସହ ବାରିପଦା ଷ୍ଟାଡିୟମ ଅଫିସରେ ଚଳିତ ମାସ ୧୪ ତାରିଖ ସୁଦ୍ଧା ନିଜର ନାମ ପଞ୍ଜିକରଣ କରିପାରିବେ ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସଙ୍କ ସୂତ୍ରରୁ ପ୍ରକାଶ I

ଏଥି ସହିତ ଏକ ବିଦ୍ୟାଳୟ ମଧ୍ୟ ନିଜର ୧୫ ଜଣିଆ ଦଳକୁ ପଞ୍ଜିକରଣ କରିପାରିବେ ବୋଲି କ୍ରିକେଟ ସହ ସମ୍ପାଦକ ହର ପ୍ରସାଦ ପାତ୍ର ଜଣାଇଛନ୍ତି I ଏହି ଦଳରେ ୭ମ ଓ ୮ମ ଶ୍ରେଣୀର ୩ ଜଣ ଲେଖାଏଁ, ୯ମ ର ୪ ଜଣ ଏବଂ ୧୦ମ ର ୫ ଜଣ ଖେଳାଳି ରହିବା ଅନିବାର୍ଯ୍ୟ ବୋଲି କ୍ରିକେଟ ସହ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ଜଣାଇଛନ୍ତି I ବ୍ୟକ୍ତିଗତ ଭାବେ ପଞ୍ଜିକରଣ କରିଥିବା ଖେଳାଳୀ ମାନଙ୍କୁ ନେଇ ଗୋଟିଏ ଲେଖାଏଁ କ୍ଲବ ଗଠନ କରାଯିବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ଦାସ ଜଣାଇଛନ୍ତି I