Fer

୧ ନଂ ୱାର୍ଡରେ ଶ୍ରୀ ମନ୍ଦିର ପରିକ୍ରମା ରଥକୁ ଭବ୍ୟ ସ୍ୱାଗତ

State

ବାରିପଦା: ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୧ ନଂ ୱାର୍ଡ ସ୍ଥିତ ବୁଢ଼ୀଖମାରୀ ଶାସନ ସ୍ଥିତ ବାବା ଜୀବନେଶ୍ୱର ଶିବ ମନ୍ଦିର ପରିସରରେ ଶ୍ରୀ ମନ୍ଦିର ପରିକ୍ରମା ରଥକୁ ଭବ୍ୟ ସ୍ୱାଗତ କରିଛନ୍ତି ୱାର୍ଡବାସୀ I ହଜାର ହଜାର ଭକ୍ତ କୀର୍ତ୍ତନ ଯାତ୍ରା ରେ ସାମିଲ ହୋଇ ମନ୍ଦିର ନିକଟରେ ସମାବେଶ ହୋଇଥିଲେ I ମା’ ମାଉସୀଙ୍କ ଶଙ୍ଖ ହୁଳହୁଳି ଧ୍ୱନି ଏବଂ ଜୟ ଜଗନ୍ନାଥ ସ୍ୱରରେ ପ୍ରକମ୍ପିତ ହୋଇଥିଲା ଅଂଚଳଟି I ସେଠାରୁ ରଥ ବାହାରି ଟାଙ୍କିସାହି ଦେଇ ବେଲଗଡ଼ିଆ ସ୍ଥିତ ପଞ୍ଚାନନ ଶିବ ମନ୍ଦିରରେ ପହଂଚିଥିଲା I ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ପ୍ରତ୍ୟେକ ଘରୁ ଗୁଆ ଚାଉଳ ଭକ୍ତି ସ୍ୱରୂପ ରଥରେ ଅର୍ପଣ କରିଥିଲେ I ଶେଷରେ ଝିଞ୍ଜିରୀବନ୍ଧଠାରେ ରଥକୁ ୱାର୍ଡବାସୀ ବିଦାୟ ଦେଇଥିଲେ I

ଏହି ଅର୍ପଣ ପର୍ବରେ ୱାର୍ଡର କାଉନସିଲର ସୁକେଶିନୀ ସେଠିଙ୍କ ସମେତ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଉପ ନଗରପାଳ ସୀମା ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବସନ୍ତ ସେଠି, ସହକାରୀ ଯନ୍ତ୍ରୀ ମନମୋହନ ମହାପାତ୍ର, ୬ନଂ କାଉନସିଲର ଅମ୍ବିକା ସାହୁ,୨୫ନଂ କାଉନସିଲର ଦେବାଶିଷ ପାତ୍ର, ମ୍ୟୁନିସିପାଲିଟିର ଲୋମଜିନ ସାମଲ, ଆଖଣ୍ଡଳମଣି ମହାପାତ୍ର, ଗୋପାଳ କୃଷ୍ଣ ପ୍ରଧାନ ଓ ସାର୍ଥକ ପ୍ରୟାସ ପାତ୍ର ସମେତ ୱାର୍ଡର ରବି ବେହେରା, ନିବେଦିତା ବେହେରା, ଛାତ୍ର ନେତା ସୁନୀଲ କୁମାର ନାୟକ, ଶିବ ମାଝୀ, ଦୀପକ ମିଶ୍ର, ଦୁର୍ଗାମାଣୀ ଆଚାର୍ଯ୍ୟ, ସଂଯୁକ୍ତା ଭୁଜବଳ, ପ୍ରତିଭା ସାମଲ, ଭଗବତୀ ଭୂୟାଁ, ମହାସଂଘ ସଭାପତି ଜୟସ୍ମିତା ମିଶ୍ର, ରାଜଶ୍ରୀ ଦାସ, ଦେବସ୍ମିତା ମିଶ୍ର, ସବିତା ପାତ୍ର, ଦ୍ରୌପଦୀ ସାହୁ, ସମ୍ବାରି ମୁର୍ମୁ, ରୀନା ଦାସ, ନିରୁପମା ରଣା, ସାରଥୀ ମହାନ୍ତ, ଜ୍ୟୋତ୍ସ୍ନା ବେହେରା, ସଂଜିତା ଭୁଜବଳ, ଅମ୍ବାଲିକା ସେଠି, ଅବିନାଶ ସେଠି, ଆରତୀ ଦତ୍ତ, ଦମୟନ୍ତୀ ସେଠି, ଲକ୍ଷ୍ମୀଧର ବେହେରା, ଝୁନୁ ସିଂ, ଝୁନୁ ନାଏକ, ରୀନା ଭଞ୍ଜଦେଓ ଓ ଗୀତାଞ୍ଜଳି ବାରିକ ଉପସ୍ଥିତ ଥିଲେ I