Onn 3

ଗ୍ରାମୀଣ ଡାକ ସେବକ ସଂଘ ର ଧର୍ମଘଟ; ଲୋକେ ହନ୍ତସନ୍ତ

State

ନିଶ୍ଚିନ୍ତକୋଇଲି : ଅଖିଳ ଭାରତ ଗ୍ରାମୀଣ ଡ଼ାକ ସେବକ ସଂଘ ଓ ଜାତୀୟ ଗ୍ରାମୀଣ ଡ଼ାକ ସେବକ ସଂଘ ଓଡ଼ିଶା ସର୍କଲ ଆହ୍ୱାନ କ୍ରମେ ନିଶ୍ଚିନ୍ତକୋଇଲି ଓ ଅସୁରେଶ୍ୱର ଉପଡ଼ାକଘର ସମ୍ମୁଖରେ ଗ୍ରାମୀଣ ଡ଼ାକ ସେବକମାନେ କରିଥିବା ଧର୍ମଘଟ ଦ୍ୱିତୀୟ ଦିନରେ ପହଞ୍ଚିଛି । ଦଶ ଦଫା ସମ୍ବଳିତ ଦାବିକୁ ନେଇ ସଂଘ ପକ୍ଷରୁ ଯେଉଁ ଧର୍ମଘଟ ଆରମ୍ଭ ହୋଇଛି ତାହା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଚାଲୁ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଧର୍ମଘଟ ଦୁଇଦିନ ହେଲା ଚାଲିଥିଲେ ମଧ୍ୟ ଡ଼ାକ ବିଭାଗୀୟ କୌଣସି ଅଧିକାରୀ ଆସିନଥିବା ଦେଖାଯାଇଛି । ଯାହାଦ୍ୱାରା ଲୋକମାନେ ଡ଼ାକସେବା ପାଇବା ପାଇଁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହୋଇଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଯଦିଓ ଉପଡ଼ାକଘର ଖୋଲା ରହିଛି ହେଲେ ଡ଼ାକ ସେବା ପାଇଁ ଆସୁଥିବା ଲୋକମାନଙ୍କୁ ଧର୍ମଘଟକାରୀ କାର୍ଯ୍ୟାଳୟ ଭିତରକୁ ଛାଡ଼ୁନଥିବା ରୁ ସେମାନେ କୌଣସି କାର୍ଯ୍ୟ କରିପାରୁନଥିବା ଦେଖାଯାଇଛି । ଡ଼ାକ ଯାଇପାରୁନଥିବାରୁ ବିଭିନ୍ନ ଜରୁରୀକାଳୀନ ସରକାରୀ ଓ ବେସରକାରୀ ଚିଠିପତ୍ର ଯାଆସ କରିପାରୁନଥିବା , ପୋଷ୍ଟାଲ ବ୍ୟାଙ୍କିଙ୍କ କାର୍ଯ୍ୟ ହୋଇପାରୁନଥିବା, ଆଧାର କାର୍ଡ଼ ସଂଶୋଧନ ସଂକ୍ରାନ୍ତ କୌଣସି କାର୍ଯ୍ୟ କରାଯାଇ ପାରୁନଥିବାରୁ ବହୁ ଲୋକମାନେ ହତାଶ ହୋଇ ଫେରୁଥିବା ଦେଖାଦେଇଛି । ତୁରନ୍ତ ଏହି ଧର୍ମଘଟକୁ ବନ୍ଦ କରିବାର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଡ଼ାକବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରେ ଦାବି କରିଛନ୍ତି ।