ବିରୋଧୀଙ୍କ ଅଭିଯୋଗ, ଆଦିବାସୀଙ୍କ ଜମି ହଡ଼ପ ପାଇଁ ଯୋଜନା କରିଛନ୍ତି ଓଡ଼ିଶା ସରକାର। ପେସା ଆଇନ ଲାଗୁ ପାଇଁ ବି ବିରୋଧୀ ଦାବି କରିଛନ୍ତି। ବିଜେପି ସଦସ୍ୟ ଆଦିବାସୀ କପଡ଼ାରେ ବୁଣା ଯାଇଥିବା ଉତ୍ତରୀୟ ପକେଇ ଗୃହକୁ ପ୍ରବେଶ କରିଥିଲେ। ଏହାପରେ ଗୃହକୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ଏହାପରେ ସର୍ବଦଳୀୟ ବୈଠକ ହୋଇଥିଲା। ହେଲେ ବୈଠକ ପରେ ପୁଣି ବିରୋଧୀ ହୋହାଲ୍ଲା କରିବାରୁ ପ୍ରଥମେ ୪୫ ମିନିଟ୍ ଲାଗି ଓ ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।