Whatsapp Image 2024 11 03 At 12.39.01 Pm 750x430

ସିଂହବାହିନୀ ବେଶରେ ମା’ ଭଦ୍ରକାଳୀ

State

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ଚତୁର୍ଥ ବେଶ ଅନୁଷ୍ଠିତ ହୋଇଛି। ଶାନ୍ତ ସ୍ଵରୂପା ମାଆ ଭଦ୍ରକାଳୀ ଆଜି ସିଂହବାହିନୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ମା’ ଭଦ୍ରକାଳୀ ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ହେଲେ ଜଗତ କଲ୍ୟାଣ ପାଇଁ କାଳୀ ପୂଜା ଠାରୁ ସାତ ଦିନ ଧରି ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାଆନ୍ତି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାଳିପୂଜା ଠାରୁ ମା’ ଭଦ୍ରକାଳୀଙ୍କ ପୀଠରେ ଏହି ସପ୍ତମାତୃକା ବେଶ ଅନୁଷ୍ଠିତ ହେଉଛି । ସାତ ଦିନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ବେଶରେ ମା’ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ସିଂହ ମା’ଙ୍କର ବାହାନ ଥିବାବେଳେ ନାଲିପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି ମା’ ଭଦ୍ରକାଳୀ । ଚାରି ହସ୍ତରେ ଖଡଗ, ତ୍ରିଶୂଳ, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟ ହୋଇଛନ୍ତି ମା’ । ମା’ଙ୍କ ଏହି ସିଂହବାହିନୀ ବେଶକୁ ଦର୍ଶନ କଲେ ଭକ୍ତଙ୍କର ଗ୍ରହଦଶା, ରିଷ୍ଟ ଖଣ୍ଡନ ତଥା ସମସ୍ତ ବିପଦ ଦୂର ହୁଏ ବୋଲି ବିଶ୍ୱାସ କରାଯାଏ । ତେଣୁ ମା’ଙ୍କୁ ଦର୍ଶନ କରି କରୁଣା ଭିକ୍ଷା କରିବା କରିବା ସହ ସାନ୍ନିଧ୍ୟ ଲାଭ କରିବା ପାଇଁ ବହୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଛି । ତେବେ ଆଜି ଚତୁର୍ଥ ବେଶ ସିଂହବାହିନୀ ବେଶ ପରେ ସପ୍ତମାତୃକା ବେଶର ପଞ୍ଚମ ଦିନରେ ଅର୍ଥାତ୍ ଆସନ୍ତା କାଲି ମା’ ଜଗଦ୍ଧାତ୍ରୀ ବେଶରେ ପୂଜା ପାଇବେ ।