Onn 3

ଆନ୍ଦୋଳନ ପ୍ରତ୍ୟାହାର କଲା ଆଉଟ୍‌ସୋର୍ସିଂ କର୍ମଚାରୀ ମହାସଂଘ

State

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଲଗାଣ ବର୍ଷାକୁ ଖାତିର ନକରି ଲୋୟର ପିଏମ୍‌ଜି ଛକରେ ଦୁଇ ଦିନ ଧରି ଆନ୍ଦୋଳନ କରିଥିବା ସରକାରୀ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ମଙ୍ଗଳବାର ପ୍ରତିଶ୍ରୁତି ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନାରେ ପ୍ରତିଶ୍ରୁତି ମିଳିବା ପରେ ଆଉଟସୋର୍ସିଂ ମହାସଂଘର କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତି। ଆନ୍ଦୋଳନରୁ ଓହରିବା ନେଇ ମହାସଂଘ କର୍ମଚାରୀ ସୂଚନା ଦେଇଛନ୍ତି।

ଆଉଟସୋର୍ସିଂ କର୍ମଚାରୀ ମହାସଂଘର ସଭାପତି ସଂଜୟ ପଟ୍ଟନାୟକ କହିଛନ୍ତି, ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି। ସ୍ଥାୟୀ ନିଯୁକ୍ତି ସହ ପେନସନ୍‌ ଲାଗୁ କରିବା ପାଇଁ ବିଶାଳ ଗଣଧାରଣା ଦିଆଯାଇଥିଲା। ହଜାର ହଜାର ସଂଖ୍ୟାରେ ଏକାଠି ହେଇ କରିଥିଲେ ପ୍ରତିବାଦ। ଓଡ଼ିଶା ସରକାରଙ୍କ ୪୨ ବିଭାଗରେ ଥାର୍ଡ ପାର୍ଟି ଜରିଆରେ ମୋଟ ୮୦ ହଜାର କର୍ମଚାରୀ କାମ କରୁଛନ୍ତି। ୧୦ରୁ ୧୮ ବର୍ଷ ଧରି ଏମାନେ କାମ କରୁଥିଲେ ମଧ୍ୟ ସେମାନଙ୍କ ଦରମା ବଢ଼ୁନାହି। ଏହାସହ ବହୁତ୍ ଛଟେଇ ମଧ୍ୟ ହୋଇଛି। ଏହାକୁ ବିରୋଧ କରି ୧୦ ଦଫା ଦାବିରେ ଆଉଟସୋର୍ଶିଂ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇଥିଲେ। ମୁଖ୍ୟତଃ ସ୍ଥାୟୀ ନିଯୁକ୍ତି ସହ, ସମାନ କାମକୁ ସମାନ ଦରମା, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ଗର୍ଭବତୀ ସମୟରେ ଛୁଟି ପ୍ରଦାନ, ପେନ୍‌ସନ୍‌ ଆଦିକୁ ଲାଗୁ କରିବା ଭଳି ଦାବି କରିଛି ସଂଘ। ଏନେଇ ପୂର୍ବରୁ ୩ ଥର ତାହା ପୁଣି ୩ ଜଣ ମୁଖ୍ୟ ଶାସନସଚବଙ୍କ ସହ ଆଲଚନା ହୋଇଥିଲା। ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହୋଇପାରି ନଥିଲା। ୧୦ଟି ଦାବିରୁ କେବଳ ରେଗୁଲାରକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦାବିକୁ ମାନି ନେଇଛନ୍ତି।