Onn 3

୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ନିଯୁକ୍ତ ହେଲେ ଅଧ୍ୟକ୍ଷ

Politics State

ଭୁବନେଶ୍ୱର: ରାଜ୍ୟର ୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି ।

୧୪ ଜିଲ୍ଲାରେ ନୂତନ ଅଧ୍ୟକ୍ଷ

ଅନୁଗୁଳ: ସଦାଶିବ ନାୟକ
ବାଲେଶ୍ୱର: ମଦନ ମୋହନ ମାଝୀ
ବଲାଙ୍ଗୀର: ବ୍ରଜମୋହନ ବିଶୋଇ
ବୌଦ୍ଧ: ଭଗବାନ କହଁର
ଢେଙ୍କାନାଳ: ସୁରେନ୍ଦ୍ର ହେମ୍ବ୍ରମ
ଯାଜପୁର: ଲମ୍ବୋଦର ମୁଣ୍ଡା
କଳାହାଣ୍ଡି: ଶିବାଜୀ ମାଝୀ
ନୂଆପଡ଼ା: ଭଗତରାମ ମାଝୀ
ସମ୍ବଲପୁର: ଶୋଭାରାମ ପ୍ରଧାନ
ଦେବଗଡ଼: ପାଞ୍ଜିଆ ଭୋଇ
ବରଗଡ଼: ସୁଶୀଳା ଭୋଇ
ଝାରସୁଗୁଡ଼ା: ମୋହନ କିଶାନ
ନୟାଗଡ଼: ଜାନକୀ ଦେହୁରୀ
ଗଞ୍ଜାମ: ବିଦ୍ୟାଧର ଜାନୀ

ସୂଚନାଯୋଗ୍ୟ ଯେ ୨୦୧୭ ମସିହାରୁ ୯ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକାରୀ ହେଉଥିଲା । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଉ ୧୪ଟି ଜିଲ୍ଲାକୁ ସଂପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପରିଷଦ ଗୁଡିକ ଜରିଆରେ ରାଜ୍ୟର ଜନଜାତି ମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ।