Onn 3

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ମୋରଡା ଉଠା ଜଳସେଚନର ସହକାରୀ ଯନ୍ତ୍ରୀ

State

ବାରିପଦା: ମୟୁରଭଞ ଜିଲା ମୋରଡା ଉଠା ଜଳସେଚନ ର ସହକାରୀ ଯନ୍ତ୍ରୀ ଗୋରା ସିଂ ଜଣେ ହିତାଧିକାରୀ ଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବାରିପଦା ଭିଜିଲାନ୍ସ ବିଭାଗ ହାତରେ ଧରା ପଡି ଜେଲ ଯାଇଛନ୍ତି । ସ୍ଥାନୀୟ ଅଞ୍ଚଳର ସଂପୃକ୍ତ ହିତାଧିକାରୀ ଜଣ କ ନିଜ ପୈତୃକ ଜମିରେ ବିଜୁ କୃଷକ ବିକାଶ ଯୋଜନା ରେ ଏକ ବୋରେଓଲ ଖୋଳିବା ପାଇଁ ମୋରଡା ଉଠା ଜଳସେଚନ ରେ ଆବେଦନ କରିଥିଲେ । ଉକ୍ତ ବୋରେଓଲ ଖୋଳିବା ପାଇଁ ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବା ପାଇଁ ସହକାରୀ ଯନ୍ତ୍ରୀ ଗୋରା ସିଂ ପାଞ୍ଚ ହଜାର ଟଙ୍କା ଦାବୀ କରିଥିଲେ । ଏ ବାବଦରେ ହିତାଧିକାରୀ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ ।

ପୂର୍ବ ଯୋଜନା ଅନୁଯାୟୀ ଆଜି ଅପରାହ୍ନରେ ମୋରଡା ନିକଟସ୍ଥ ବାରମାଇଲ ହାଟରେ ହିତାଧିକାରୀ ଙ୍କ ନିକଟରୁ ରଙ୍ଗ ବୋଳା ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗର କର୍ମଚାରୀ ମାନେ ରଙ୍ଗେ ହାତ ସହକାରୀ ଯନ୍ତ୍ରୀ ଗୋରା ସିଂ ଙ୍କୁ ଧରିଥିଲେ । ଏଥି ସହିତ ଅଭିଯୁକ୍ତ ଗୋରା ସିଂ ଙ୍କ ବାରିପଦା ସ୍ଥିତ ଷ୍ଟେସନବଜାର ଠାରେ ଥିବା ତାଙ୍କ ଭଡାଘର , ବଡସାହି ବ୍ଲକ ର କସୁରିଆ ଗ୍ରାମରେ ଥିବା ତାଙ୍କ ନିଜ ଘର ଏବଂ ଅଫିସ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରିରହିଅଛି । ଏ ବାବଦରେ ବାଲେଶ୍ୱର ଭିଜିଲାନ୍ସ କେସ ନମ୍ବର ୩୧/୨୯-୧୧-୨୦୨୩ ରେ ଏକ ମାମଲା ରୁଜୁ କରାଯାଇଅଛି ।