Onn 3

ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଏ ବି ଇ ଓ ସଙ୍ଘ

State

ବାରିପଦା : ମୟୁରଭଞ୍ଜ ଜିଲ୍ଲା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଙ୍ଘ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ୧୨ ଦଫା ଦାବୀ ସମ୍ପନ୍ନ ଏକ ଦାବିପତ୍ର ପ୍ରଦାନ କରିଛନ୍ତି I ପ୍ରମୁଖ ଦାବୀ ମଧ୍ୟରେ ୪୨୦୦ ରୁ ୪୬୦୦ ଗ୍ରେଡ଼ ପେ କୁ ବୃଦ୍ଧି, ଏଫ ଟି ଏ ପ୍ରଦାନ, ସହକାରୀ ପରିବର୍ତ୍ତେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀକୁ ପରିବର୍ତ୍ତନ, ପଦୋନ୍ନତି ସମୟରେ ଓ ଇ ଇ ଏସ – ୧ ବଦଳରେ ଓ ଇ ଏସ – ୧ ନାମିତ କରିବା, ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ପ୍ରଧାନ ଶିକ୍ଷକ ପଦବୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାଇଁ ସଂରକ୍ଷିତ ରଖିବା, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଏ ବି ଇ ଓ ଙ୍କୁ ସାମିଲ କରିବା I

ମାନ୍ୟବର ମନ୍ତ୍ରୀ ଦାବୀ ଗୁଡିକୁ ଗୁରୁତ୍ୱର ସହ ବିଚାର କରି ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଥିଲେ I ଏହି ଆଲୋଚନାରେ ସଂଘର ସଭାପତି ଘନଶ୍ୟାମ ସିଂ, ସାଧାରଣ ସମ୍ପାଦକ ପଦ୍ମଲୋଚନ ଦାସ, କୋଷାଧ୍ୟକ୍ଷ ସରସ୍ବତୀ ସିଂ, ସଦସ୍ୟ ତପସ୍ୱିନୀ ଦାଶ, ଅକ୍ଷୟ କୁମାର ବେହେରା, ଲକ୍ଷ୍ମୀଧର ସିଂ, ବୃନ୍ଦାବନ ମାର୍ଣ୍ଡି, ନୟନତାରା ମହାନ୍ତ, ରାଧିଆ ଚରଣ ମୁଣ୍ଡା, ସାହେବ ଚରଣ ମହାନ୍ତ, ବ୍ରଜମୋହନ ମୁର୍ମୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ I

Created/ Edited / Updated by : Mrutyunjay Parija