Odisha Deputy Cm Pravati Parida

ଧାନ କ୍ରୟକୁ ନେଇ ଉପମୁଖ୍ୟ ମନ୍ତ୍ରୀଙ୍କ ସମୀକ୍ଷା, ୨୪ରୁ ୪୮ ଘଣ୍ଟା ଭିତରେ ପଇସା ପାଇବେ

State

ଢେଙ୍କାନାଳ : ଢେଙ୍କାନାଳରେ ଜିଲ୍ଲାରେ ଧାନର କ୍ରୟକୁ ନେଇ ଉପ ମୁଖ୍ୟମନ୍ତ୍ରୀ ତଥା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ହିସାବରେ ସମୀକ୍ଷା ବୈଠକ କରିଛନ୍ତି ପ୍ରଭାତୀ ପରିଡା ।  ଜାନୁଆରୀ ଆଠ ତାରିଖରୁ ଜିଲ୍ଲାରେ ଆରମ୍ଭ ହେବ ଧାନ କିଣା । ସରକାରଙ୍କ ନିୟମ ମୁତାବକ ବିନା କଟକନୀ ଛଟନୀ ସହ ଗୋଟିଏ ଦିନରେ କିଭଳି ଧାନ ଉଠିବ ସେ ନେଇ ସମୀକ୍ଷା କରାଯାଇଥିଲା । ତା ସହ ଯେଉଁ ଚାଷୀମାନେ ମଣ୍ଡିରେ ଧାନ ଦେବେ ସେମାନେ କିଭଳି ୨୪ରୁ ୪୮ ଘଣ୍ଟା ଭିତରେ ପଇସା ପାଇବେ ମଣ୍ଡିରେ ସିସିଟିଭି ବ୍ୟବସ୍ଥା ସହ ପାନୀୟ ଜଳର ସୁବିଧା ରହିବ ।

ସେଥିପାଇଁ ବିଭାଗ କେତେ ପ୍ରସ୍ତୁତ ଅଛି ସେନେଇ ସମିକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ । ଆଗାମୀ ଦିନରେ ଢେଙ୍କାନାଳରେ ଚାଷୀମାନଙ୍କର ସମସ୍ତ ଧାନ ସୁରୁଖୁରୁରେ କିଣା ଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡା ।  ସେହିପରି ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରଗୁଡିକର ବିକାଶ ତଥା ଉନ୍ନତିକରଣ କରାଯିବ ବିଶେଷ କରି କପିଳାସ ପିଠ ର ଉନ୍ନତି କରଣ ଉପରେ ଅଧିକ ଗୁରୁତ୍ଵ ଦିଆଯିବ । ମହିଳାମାନଙ୍କର ଉନ୍ନତି କ୍ଷେତ୍ରରେ ସୁଭଦ୍ରା ଯୋଜନାକୁ ସରକାର ଗୁରୁତ୍ୱ ଦେଉଛନ୍ତି  । ଜିଲ୍ଲାରେ ଶୁଭଦ୍ରା ଯୋଜନା ଅନେକ ମା ମାନେ ଉପକୃତ ହୋଇଛନ୍ତି  ।  ଯେଉଁମାନଙ୍କର ପାଇ ନାହାନ୍ତି କୌଣସି ସମସ୍ୟା ରହିଛି ତାକୁ ଆମେ ଗୁରୁତର ନେଇ ବିଚାର କରୁଛୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା    ।