ଭଦ୍ରକ: ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ବରପଦା ପେଟ୍ରୋଲ ପମ୍ପ ନିକଟରେ ଲକ୍ଷ୍ମୀ ନାମକ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତାରେ ଆସୁଥିବା ଏକ ମୋଟର ସାଇକେଲକୁ ରକ୍ଷା କରିବାକୁ ଯାଇ ଅପର ପାର୍ଶ୍ବରେ ଛିଡା ହୋଇଥିବା ଏକ ରୋଲରକୁ ଧକ୍କା ଦେଲା ବସ୍ । ଫଳରେ ବାଇକରେ ଥିବା ଦୁଇ ଜଣଙ୍କ ସମେତ ବସରେ ଥିବା ଅନ୍ୟ ଯାତ୍ରୀ ମାନଙ୍କୁ ମିଶାଇ ମୋଟ ୧୦ ଜଣରୁ ଅଧିକ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଏହି ବସଟି ୫୦ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଆନନ୍ଦପୁର ରୁ ଭଦ୍ରକ ଅଭିମୁଖେ ଆସୁଥିଲା । ତେବେ ବରପଦା ପେଟ୍ରୋଲ ପମ୍ପ ନିକଟରେ ଏକ ମୋଟର ସାଇକେଲ କୌଣସି କାରଣରୁ ଭାରସାମ୍ୟ ହରାଇ ବସ୍ ଆଗକୁ ଆସିଯାଇଥିଲା ବେଳେ ମୋଟର ସାଇକେଲକୁ ରକ୍ଷା କରିବାକୁ ଯାଇ ରାସ୍ତାରେ ଛିଡା ହୋଇଥିବା ଏକ ରୋଲରକୁ ଧକ୍କା ଦେଇଥିଲା ବସ୍ ।
ଫଳରେ ବାଇକରେ ଥିବା ଦୁଇ ଜଣଙ୍କ ସମେତ ବସରେ ଥିବା ଅନ୍ୟ ଯାତ୍ରୀ ମାନଙ୍କୁ ମିଶାଇ ମୋଟ ୧୦ ଜଣରୁ ଅଧିକ ଆହତ ହୋଇଥିଲେ । ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଏହି ଦୁର୍ଘଟଣାରେ କୌଣସି ଜୀବନ ହାନି ହୋଇନଥିବା ଜଣାପଡିଛି ।