ଆସନ୍ତାକାଲି ଆକାଶକୁ ଆଲୋକିତ କରିବ ସୁପର ବ୍ଲୁ ମୁନ । ଅଗଷ୍ଟ ୩୦ରେ ଆକାଶରେ ବଡ଼ ଓ ଉଜ୍ଜ୍ବଳ ଦିଶିବ ଚନ୍ଦ୍ର । ଅଗଷ୍ଟ ମାସରେ ଦୁଇଟି ପୂର୍ଣ୍ଣିମା କାରଣରୁ ବ୍ଲୁ ମୁନ ଦେଖାଯିବ । ପ୍ରଥମ ପୂର୍ଣ୍ଣିମା ଅଗଷ୍ଟ ୧ରେ ଥିବାବେଳେ ଓ ଦ୍ବିତୀୟ ପୂର୍ଣ୍ଣିମା ଅଗଷ୍ଟ ୩୦ରେ ପଡିବ । ଆସନ୍ତା କାଲି ଚନ୍ଦ୍ରର ଆକାର ପ୍ରତିଦିନ ତୁଳନାରେ ୧୪ ପ୍ରତିଶତ ବଡ଼ ହେବ। ଏହାକୁ ଖାଲି ଆଖିରେ ଦେଖିହେବ।
