Onn 3

ନୂଆପଡାରେ ଡିଜିପିଙ୍କ ମାଓ ସମୀକ୍ଷା

State

ନୂଆପଡା: ଆଜି ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ  । ସୁନାବେଡା ଅଭୟାରଣ୍ୟ ମଧ୍ୟରେ ଥିବା ନୂଆ କ୍ୟାମ୍ପ ବୁଲି ଦେଖିବା ସହ  ମାଓ ଗତିବିଧି ଉପରେ ଅନୁଧ୍ୟାନ କରିଛନ୍ତି । ଆଗକୁ ଛତିଶଗଡରେ ନିର୍ବାଚନ ହେବାକୁ ଥିବାବେଳେ ଗତକାଲି ଛତିଶଗଡରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା  । ଛତିଶଗଡ ଡିଜିପି, ଝାରଖଣ୍ଡ ଡିଜିପି ଏବଂ ମଧ୍ୟପ୍ରଦେଶର ବହୁ ଅଧିକାରୀ ଏଥିରେ ସାମିଲ ରହିଥିଲେ । ସୀମାନ୍ତର୍ବତ୍ତୀ ଅଞ୍ଚଳରେ ୪ଗୋଟି ନୂଆ କ୍ୟାମ୍ପ ଖୋଲିବା ନେଇ ସୂଚନା ଦେଇଛନ୍ତି ସୁନୀଲ ବଂଶଲ  । ମାଓବାଦୀଙ୍କୁ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେବା ସହ ହିଂସାକାରୀଙ୍କୁ ଛଡାଯିବ ନାହିଁ ବୋଲି କଡା ଚେତାବନୀ ଦେଇଛନ୍ତି ଡିଜିପି ।