ମାଲକାନଗିରି : ରାଜ୍ୟର ଉପାନ୍ତ ଅଞ୍ଚଳରେ ଗରିବ ନିଷ୍ପ୍ରେସିତ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇେଦବାକୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଜାରି ରହିଛି । ଏ ନେଇ ଆଜି କିଛି ଅଭିଜ୍ଞ ଡାକ୍ତରୀ ଦଳ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ଜିଲ୍ଲାରେ ଆୟୋଜିତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରରେ ଲୋକମାନଙ୍କୁ ବହୁ ଜଟିଳ ରୋଗର ଉପଚାର ସୁବିଧାରେଯୋଗାଇ ଦିଆଯାଉଛି । ଉତ୍ତମ ସ୍ୱାସ୍ଥ୍ୟ ଚିକିତ୍ସା ଯୋଗାଇବା ଲକ୍ଷ୍ୟ ନେଇ ବିଭିନ୍ନ ବିଭାଗରୁ ୫ଟି ବଛା ବଛା ଡାକ୍ତରୀ ଦଳ ମାଲକାନଗିରିକୁ ଯାଇଛନ୍ତି ।
