ବାରିପଦା : ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଡେପୁଟି କଲେକଟର ଶ୍ରୀ ମନୋଜ କୁମାର ମହାନ୍ତଙ୍କ ଆନନ୍ଦପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ବଦଳି ହେବା ଅବସରରେ ଆଜି ସନ୍ଧ୍ୟାରେ ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।
ଆୟୋଜିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ଉପଜିଲ୍ଲାପାଳଙ୍କ ସମେତ କାର୍ଯ୍ୟାଳୟ ର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ତା’ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ବିଦାୟ କାଳୀନ ଶୁଭେଚ୍ଛା ଜଣାଇବା ସହିତ ନୂତନ କାର୍ଯ୍ୟ କ୍ଷେତ୍ର ରେ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଶ୍ରୀ ମହାନ୍ତ ମଧ୍ୟ୍ୟ ନିଜ ଚାକିରୀ ଜୀବନ ଆରମ୍ଭରେ ଯୋଗ ଦେଇଥିବା ପ୍ରଥମ ସ୍ଥାନକୁ ଛାଡ଼ିବା ସମୟରେ ଲୁହ ଭରା ଚକ୍ଷୁ ରେ ସମସ୍ତଙ୍କୁ ପ୍ରତି ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ।
ପ୍ରକାଶ ଥାଉକି ଶ୍ରୀ ମହାନ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଭାବେ ଯୋଗ ଦେଲାପରେ ପ୍ରଥମ କରି ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ଅବସ୍ଥାପିତ ହୋଇ ବର୍ତମାନ ପର୍ଯ୍ୟନ୍ତ ତାଙ୍କର ଦାୟିତ୍ୱ ଦକ୍ଷତାର ସହିତ ସୁଚାରୁ ରୂପେ ତୁଲାଇ ଆସୁଥିଲେ।
ସରକାରଙ୍କ ନିର୍ଦେଶ ରେ ସେ ଏଠାରୁ ଯାଇ କେଉଁଝର ଜିଲ୍ଲାର ଆନନ୍ଦପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗ ଦେବେ ।