Ratha 1 1

ଚଳଚଞ୍ଚଳ ରଥଖଳା: ମୋଟ ୪୨ଟି ଚକ ମଧ୍ୟରୁ ୧୬ଟି ଚକ ନିର୍ମାଣ ଶେଷ

Religion and Cult State

ପୁରୀ  : ଚଳଚଞ୍ଚଳ ରଥଖଳା  ।  ୧୮ଦିନରେ ପହଁଚିଛି ରଥ ନିର୍ମାଣ କାର୍ଯ୍ୟ l ତିନି ରଥ ନାହାକା ଅଖର ଉଭୟ ପାର୍ଶ୍ଵ ଗୋଲେଇ ସହ ମାଠେଣୀ କାର୍ଯ୍ୟ ଶେଷ ହୋଇଛି ।  ତିନି ରଥର ମୋଟ ୪୨ଟି ଚକ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୬ ଟି ଚକ ନିର୍ମାଣ ଶେଷ ହୋଇଛି ।  ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ୫ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବାବେଳେ ନନ୍ଦିଘୋଷ ରଥର ୬ଟି ଚକ ନିର୍ମାଣ ଶେଷ ହୋଇଛି ।  ଏହା ବ୍ୟତୀତ ତିନି ରଥର ପ୍ରଥମ ଭୂଇଁ ଓରା ନିର୍ମାଣ ଶେଷ ହୋଇ ଏହାର ଉଭୟ ପାର୍ଶ୍ଵ ବିନ୍ଧ କାର୍ଯ୍ୟ ଚାଲୁ ରହିଛି ।  ସେହିପରି ତିନି ରଥର ସିଂହାସନର ଚଉପଟ କାର୍ଯ୍ୟ ଚାଲିଛି ।  ରୂପକାର ସେବକ ମାନେ ତିନି ରଥର ୧୧ଟି ଲେଖାଏଁ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ କାମ ଜାରି ରଖିଛନ୍ତି ।